Breaking

ଅଗ୍ନିକାଣ୍ଡ ପିଡିତଙ୍କୁ ସମାଜ ଦର୍ପଣର ସହାୟତା

0

ଧାମନଗର(ଗୋବର୍ଦ୍ଧନ ପଣ୍ଡା):ଧାମନଗର ନିକଟସ୍ଥ ଗୁହାଳିଆ ଗ୍ରାମ ମଧ୍ୟରାତ୍ରିରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାର ସମ୍ପୁର୍ଣ ଦଗ୍ଧିଭୂତ ହୋଇଯାଇଛି । ଏହି ଖବରଟି ପାଇବା ପରେ ସମାଜର ଦର୍ପଣ ହେଲ୍ପ ଗୃପ୍ ତତ୍ପର ହୋଇଥିଲା ଓ ଲୋକମାନଙ୍କ ଦୁଃଖ ଦୁର୍ଦଶା ବୁଝିବା ପରେ ଗତକାଲି (୧୫/୦୧/୧୯) ସଂଧ୍ୟା ପାଞ୍ଚଟା ସମୟରେ ନିଷ୍ପତି ନେଲା ଯେ ୧୭ଟି ପରିବାରର ପ୍ରାୟ ୭୫-୮୦ ଜଣ ସଦଶ୍ୟଙ୍କୁ ଶୀତ ଦାଉରୁ ରକ୍ଷା କରିବ । ସରକାରୀ ତରଫରୁ ଦୁଇ ଓଳି ଖାଦ୍ୟ ମିଳୁଥିବାର ଜାଣିବା ପରେ ବି ଛୋଟ ପିଲାମାନଙ୍କୁ ନଜରରେ ରଖି କିଛି ଶୁଖିଲା ଖାଦ୍ୟର ବ୍ୟବସ୍ଥା କରା ଯାଇଥିଲା ।

ସମାଜ ଦର୍ପଣର ପ୍ରତିଷ୍ଠାତା ଓ ସଭାପତି ପ୍ରଶାନ୍ତ ସେନାପତିଙ୍କ ଅଦକ୍ଷତାରେ ଏକ ଆଠ ଜଣିଆ ଟିମ୍ ସଂଧ୍ୟା ୮ଟା ସମୟରେ ପାଣିକୋଇଲିରୁ ଗୁହାଳିଆ ଗ୍ରାମ ଅଭିମୁଖେ ବାହାରିଥିଲେ । ୭୫ଖଣ୍ଡ କମ୍ବଳ, ୬୦କିଲୋ ଚୁଡା, ୩୦କିଲୋ ଚିନି, ୨ପେଟି ବିଷ୍କୁଟ୍ , ୧୦୦ ପ୍ୟାକେଟ୍ ବ୍ରେଡ୍, ମଶାଧୂପ, ଦିଆସିଲି ଓ ମହମବତୀ ସମସ୍ତ ଜିନିଷ ଏକତ୍ର କରି ରାତି ୯.୦୫ମି ରେ ଅଗ୍ନିକାଣ୍ଡ ହୋଇଥିବା ସ୍ଥାନରେ ପହଞ୍ଚିଥିଲେ ।

ଅଗ୍ନିକାଣ୍ଡରେ ପିଡିତ ଲୋକମାନଙ୍କ ସହ କଥା ହେବା ପରେ ଜାଣିବାକୁ ପାଇଲେ ଯେ ୨୫ ବଖରା ଘର, ସାତଟି ଗାଇ ଜୀବନ୍ତ ଦଗ୍ଧିଭୂତ ହୋଇଥିବା ସହ ଦୁଇଟି ଗାଇ ଅର୍ଧଦଗ୍ଧ ଅବସ୍ଥାରେ ଏବେ ବି ଜୀବନ୍ତ ଅଛନ୍ତି ଓ ଏଥିସହ ଦୁଇଟି ବାଇକ୍ ବି ପୋଡା ପାଉଁସ ହୋଇଯାଇଛି । କୌଣସି ଜନଜୀବନର କ୍ଷତି ହୋଇନି । ଅନେକ ଦୁଃଖରେ ଲୋକମାନେ ପଡିଶା ଘରେ ଆଶ୍ରୟ ନେଇଛନ୍ତି । କଥାରେ ଅଛି ସାତଥର ହେଉ ପଛେ ଚୋରୀ, ଥରେ ନହେଉ ଘରପୋଡି । ଭଗବାନଙ୍କ ନିକଟରେ ପ୍ରାର୍ଥନା ଏପରି ଦୁଃଖ କାହାକୁ ନଦିଅନ୍ତୁ ।

ଧନ୍ୟବାଦ ସମସ୍ତ ସହଯୋଗୀ ସଦଶ୍ୟ ବନ୍ଧୁ ଯେଉଁମାନେ ଶୀତରାତିରେ ହାଡଭଙ୍ଗା ଶୀତକୁ ଖାତିର୍ ନକରି ପିଡିତଙ୍କ ନିକଟରେ ଆବଶ୍ୟକିୟ ଜିନିଷପତ୍ର ପହଞ୍ଚାଇବାରେ ସକ୍ଷମ ହୋଇଥିଲେ ।

loading...

Leave A Reply

Your email address will not be published.