ଭୂବନେଶ୍ବର:ଆଜି ପୁଣି ତୈଳଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଲିଟର ପିଛା ୮ ପଇସା ଓ ଡିଜେଲ ଲିଟର ପିଛା ୧୯ରୁ୨୦ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୫୫ ଓ ଡିଜେଲ ଦର ଲିଟର ପିଛା ଟ.୬୪.୯୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୫୫ ଓ ଡିଜେଲ ଟ. ୬୯.୬୫ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୩.୫୮ ଓ ଡିଜେଲ ଟ.୭୩.୬୮ରେ ବିକ୍ରି ହେଉଛି ।ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୮୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।
Breaking
ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ରରେଡ଼୍ ସ୍ୱସ୍ତିକ୍ ପକ୍ଷରୁ ୧୫ ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ବଣ୍ଟନଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ରଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳାExxonMobil elevates India’s motorsports scene by powering first F4 Championship and Season 2 of Indian Racing League