Breaking

ଲୌହ ମାନବଙ୍କ ସ୍ମୃତିରେ ଭୁବନେଶ୍ୱରରେ ଏକତା ଦୌଡ଼

0

ଭୁବନେଶ୍ବର: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରନ୍ ଫର ୟୁନିଟ୍ କାର୍ଯ୍ୟକ୍ରମ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିଛନ୍ତି । ଓମେଫଡ ସ୍ଥିତ ରେଲେଓ୍ଵ ଗ୍ରାଉଣ୍ଡରୁ ରେଲେଓ୍ଵ ଅଡିଟୋରିୟମ ଯାଏ ଏକ ଭାରତ, ଶ୍ରେଷ୍ଠ ଭାରତର ନାରା ନେଇ ସମସ୍ତେ ଦୈଡିଥିଲେ । ଏହି ଅବସରରେ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ ।

ସେପଟେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।ପୁରୀ ବେଳାଭୂମିରେ ଲୌହମାନବଙ୍କ ପ୍ରତିକୃତି ନିର୍ମାଣ କରିବା ସହ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା କାରିଗର ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

loading...

Leave A Reply

Your email address will not be published.