Breaking

ପ୍ରତିକ୍ଷାର ଅନ୍ତ : ଲୋକାର୍ପିତ ହେଲା ବିଶ୍ୱର ସର୍ବୋଚ୍ଚ ପ୍ରତିମୁର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

0

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ କେଓ୍ଵାଡ଼ିଆ କଲୋନି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କର ଅତିକାରୟ ୧୮୨ ମିଟର୍‌ବିଶିଷ୍ଟ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’କୁ ଉଦ୍‌ଘାଟନ କରି କହିଛନ୍ତି।
ଆଜିର ଦିବସ ଭାରତୀୟ ଇତିହାସରେ ସ୍ମରଣୀୟ ହୋଇ ରହିବ। କୌଣସି ଭାରତୀୟ ଏହାକୁ କେବେ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଗଣତନ୍ତ୍ର ଦିବସ ଭଳି ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରାଯାଇଛି । ଏହି ଅବସରରେ ଷ୍ଟ୍ୟାଚୁ ଅଫ ୟୁନିଟି ଉନ୍ମୋଚନ କାର୍ୟ୍ୟ କ୍ରମରେ ବିଜେପି ଅଧ୍ୟକ୍ଷ ଅମିତ ଶାହା, ଆନନ୍ଦିବେନ ପଟେଲ, ଗୁଜୁରାଟ ରାଜ୍ୟପାଳ ଓପି କୋହଲି, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ସିଂହ ଜାଦେଜା ଓ ମୁଖ୍ୟ ସଚିବ ଜେ.ଏନ. ସିଂହ ଉପସ୍ଥିତ ଥିଲେ ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତିକୁ ତିଆରି କରିବା ଲାଗି ୮ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ । କୁହାଯାଉଛି ଏହି ମୂର୍ତିକୁ ତିଆରି କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

loading...

Leave A Reply

Your email address will not be published.