Breaking

ଜନ୍ମମାଟିରେ ପହଁଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ମରଶରୀର

0

ବଲାଙ୍ଗିର: ଜନ୍ମମାଟିରେ ପହଞ୍ଚିଲା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର। ପୈତୃକ ଗାଁ ବଲାଙ୍ଗିର ଲୋଇସିଂହାରେ ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ନିଜ ବୀର ପୁଅକୁ ହରାଇ କାନ୍ଦୁଛନ୍ତି ପରିବାର ଓ ଗାଁଲୋକେ।ଗତକାଲି ଦାନ୍ତେଓ୍ଵାଡା ଅଞ୍ଚଳର ଅରନପୁରଠାରେ ମାଓବାଦୀଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ଅଚ୍ୟୁତାନନ୍ଦ ଭାରତୀୟ ସେନାରେ କାର୍ୟ୍ୟ ରତ ଥିଲେ। ଚାକିରୀ କରିବାର କିଛି ବର୍ଷ ପରେ ସେ ସେନା ଚାକିରୀରୁ ଭିଆରଏସ(ଭଲ୍ୟୁନଟାରୀ ରିଟେୟାରମେଣ୍ଟ ସ୍କିମ୍) ନେଇଥିଲେ। ଏହା ପରେ ସେ କଟକ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟରେ ପଢିଥିଲେ । ୨୦୧୩ରୁ ଦୂରଦର୍ଶନରେ ସେ କ୍ୟାମେରାମାନ ଭାବେ ଚାକିରୀ କରୁଥିଲେ ।ଆଜି ଗ୍ରାମରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

loading...

Leave A Reply

Your email address will not be published.