Breaking

ରୋଜାଲିନ୍ ପଟ୍ଟଶାଣୀଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ

0

ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ ପ୍ରଦାନ କରାଯାଇଛି । ନ୍ୟାସନାଲ କ୍ୟାରିୟର କାଉନସେଲିଂ ନେଟଓ୍ବର୍କ(ଏନସିଏନ୍) ପକ୍ଷରୁ ତାଙ୍କୁ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି । ନୂଆଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୋଇଡା ଫିଲ୍ମ ସିଟି ଓ ମାରଓ୍ବାହ ଷ୍ଟୁଡିଓର ପ୍ରତିଷ୍ଠାତା ତଥା ଏଏଏଫଟି ୟୁନିଭର୍ସିଟି ଅଫ ମିଡିଆ ଆଣ୍ଡ ଆର୍ଟସର କୁଳାଧିପତି ଡ. ସନ୍ଦୀପ ମାରଓ୍ବାହ ଉପସ୍ଥିତ ରହି ଶ୍ରୀମତୀ ପାଟ୍ଟଶାଣୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଏନ୍ସିଏନ୍ ପ୍ରତିଷ୍ଠାତା ସୁନନ୍ଦା ରାଓ, ଆଶୁତୋଷ ଓ ବ୍ଲୁଜମ୍ କୋର୍ଚ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.