Breaking

ପ୍ରଶାନ୍ତି ବିହାରରେ ଦୁଇ ଶହ ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଏସ୍‌କେଓ୍ବାଇ କାର୍ଡ

0

ଭୁବନେଶ୍ୱର: ବିଏମସିର ଉତ୍ତର ଭୁବନେଶ୍ୱର ୱାର୍ଡ ନଂ ୧ ଏବଂ ୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଯାଇଛି । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ସମାବେଶ କରାଯାଇ ଦୁଇ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା । ଯୁବନେତା ମିହିର କୁମାର ରାଉତଙ୍କ ନେତୃତ୍ବରେ ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ କାର୍ଡ ପ୍ରଦାନ କରିଥିଲେ ।

ଏହି କାର୍ଡରେ କିଭଳି ଜଣେ ରୋଗୀ ବଡ ବଡ ହସ୍ପିଟାଲରେ ସୁବିଧାରେ ଚିକିତ୍ସା ପାଇପାରିବେ ସେ ବିଷୟରେ ସବିଶେଷ ତଥ୍ୟ ବିଧାୟକ ରଖିଥିଲେ । ପୁରୁଷମାନଙ୍କୁ ୫ ଲକ୍ଷ ଏବଂ ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିପାରିବ ବୋଲି ସୂଚନା ଦିଆଯାଇଥିଲା । ଏଥି ସହ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ଅତିଥି ଭାବେ ବିଏମସି ଉତ୍ତର ଜେଡିସି ପୁରନ୍ଦର ନନ୍ଦ,୧ ନଂ ୱାର୍ଡର ପୂର୍ବତନ କର୍ପୋରେଟର ମମତା ରାଉତ, ହରିଶ ଚନ୍ଦ୍ର ମୁର୍ମୁ,ସୂର୍ଯ୍ୟକାନ୍ତି ଜେନା,ଯୁବ ନେତା ମନୋଜ ସାହୁ,ହିଂମାଶୁ ଶେଖର ଦାସ,ୱାର୍ଡର ବରିଷ୍ଠ ନାଗରିକ ଏବଂ ପାଞ୍ଚ ଶହରୁ ଉର୍ଦ୍ଧ ମହିଳା ଏବଂ ପୁରୁଷ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ କାର୍ଡ ଯୋଜନାକୁ ପ୍ରଶଂସା କରିଥିଲେ ।

ମଙ୍ଗଳବାର ଏବଂ ବୁଧବାର ଆଉ ପାଞ୍ଚ ଶହ ଜଣ ହିତାଧିକାରୀଙ୍କୁ ୱାର୍ଡରେ କାର୍ଡ ବଣ୍ଟନ କରାଯିବ ବୋଲି ମିହିର ରାଉତ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.