Breaking

ଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟରେ ଜ୍ଞାନ ବିଜ୍ଞାନ ମେଳା

0

ଭୁବନେଶ୍ୱର ତା ୨୯. ୧୧. ୨୦୧୩, ଆର ଆଇ ଇଟି ଆନ୍ତର୍ଜାତୀୟ ବିଦ୍ୟାଳୟ, ଭି.ଏସ.ଏସ. ନଗରରେ ତ୍ରୟୋଦଶ ବାର୍ଷିକ ବିଦ୍ୟାଳୟ ସ୍ଥରୀୟ ଜ୍ଞାନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ବିଦ୍ୟାଳୟ ପରିସର ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା ନିର୍ଦେଶକ ଇଂ ଜନ୍ମେଜୟ ରାଉତ ଉଦ୍ଘାଟନ କରିଥିଲେ। ଚେୟାର ପରସନ ଶ୍ରୀମତୀ ଜୟନ୍ତୀ ରାଉତ, ଉପାଲି ଅପରାଜିତା ମିଶ୍ର (କୋଷାଧ୍ୟକ୍ଷ ) ପ୍ରେସିଡେଣ୍ଟ ପୁରଞ୍ଜନ ପାଢ଼ୀ, ହିମାଂଶୁ ଶେଖର ନାୟକ (ନିର୍ଦ୍ଦେଶକ ବ୍ୟବସାୟ ଏବଂ ବିକାଶ), ପ୍ରଜ୍ଞା ପରିମିତା ପରିଡା (ପରାମର୍ଶଦାତା) ଲିପ୍ସା ପଟ୍ଟନାୟକ (ପି ଆର ଓ)ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ୩୭ ଜଣ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ୫୭ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲ ।କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ୧୧ ନଂ ଓ୍ବାର୍ଡର କର୍ପୋରେଟର ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ କରିଥିଲେ। ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ରାଉତ ଏବଂ ଉପଅଧ୍ୟକ୍ଷ ଶ୍ରୀମତୀ ବିଷ୍ନୁପ୍ରିୟା ଜେନା ଓ ସ୍କୁଲର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ସମସ୍ତ ପରିଚାଳନା ମଣ୍ଡଳୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା।

loading...

Leave A Reply

Your email address will not be published.