Breaking

ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍‌.ଟିର ମିଳିତ ଆନୁକୁଲ୍ୟରେ ଆଲୋଚନା ଚକ୍ର

0

ଆଚାର୍ଯ୍ୟ ହରିହର କନିଷ୍ଠ ମହାବିଦ୍ୟାଳୟ ଏବଂ ଆଇ.ଆଇ.ଏମ୍‌.ଟି ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବ୍ୟବସାୟିକ ବିଶ୍ଲେଷଣ ଏବଂ ବୃିଗତ କର୍ମ ସୁଯୋଗ ଉପରେ ଆଜି ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଡ଼ଃ ପବିତ୍ର କୁମାର ରଥଙ୍କ ପୌରହିତ୍ୟରେ ଅନୁୂଷ୍ଠିତ ହୋଇଥିଲା । ଏଥିରେ ଆଇ.ଆଇ.ଏମ୍‌.ଟିର ଚେୟାରମ୍ୟାନ୍ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ ଶିକ୍ଷା ପରେ ଜଣେ ଜଣେ ଦକ୍ଷ ବ୍ୟବସାୟୀ ହେଲେ ପରିବାର ତଥା ଦେଶର ଆର୍ଥିକ ଉନ୍ନତି ହୋଇପାରିବ ବୋଲି ମତ ରଖିଥିଲେ । ବୃିଗତ ଶିକ୍ଷା ଛାତ୍ରମାନଙ୍କୁ ସ୍ୱାବଲମ୍ବି ହେବାରେ ବିଶେଷ ସାହାଯ୍ୟ କରେ ଏବଂ ଛାତ୍ର ଛାତ୍ରୀ ମାନେ ଶିକ୍ଷା ଶେଷପରେ କର୍ମ ସଂସ୍ଥାନର ବାଟ ନିଜେ ବାଛିବା ଦରକାର ଏବଂ ଛୋଟ ବଡ଼ ଉଦ୍ୟୋଗ ସ୍ଥାପନ କରି ନିଜେ ରୋଜଗାର କ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର କରିବା ପାଇଁ ନିଯୁକ୍ତି ଦେଇପାରିଲେ ଦେଶ ଓ ରାଜ୍ୟର ଆର୍ଥିକ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ । ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ମହର୍ଷି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ପ୍ରଧ୍ୟାପକ ଡ଼ଃ କଳିଙ୍ଗ କୁମାର ପ୍ରଧାନ ଏବଂ ଆଇ.ଆଇ.ଏମ୍‌.ଟିର ପ୍ରଶାସନିକ ଡ଼ିନ୍ ଡ଼କ୍ଟର ଜଗମୋହନ ପଟ୍ଟନାୟକ ଯୋଗଦେଇ ଛାତ୍ରଛାତ୍ରୀ ଶୃଙ୍ଖଳିତ ହେବା ସହିତ ଉପାର୍ଜନ କରି ଜଣେ-ଜଣେ ଭଲ ମଣିଷ ହୋଇପାରିଲେ ପରିବାରର ସୁନାମ ବଢିବା ସହିତ ଦେଶର ଟେକ ରହିବ ବୋଲି କହିଥିଲେ । ଅଧ୍ୟାପକ ବିଜୟରାମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ଅଧ୍ୟାପିକା ଶ୍ୱେତା ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କୁଇଜ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର-ଛାତ୍ରୀମାନଙ୍କୁ ପ୍ରାଇଜ୍ ବଣ୍ଟନ କରାଯାଇଥିଲା ।

loading...

Leave A Reply

Your email address will not be published.