Breaking

ଜିଓର ନୂଅା ଅଫର : କ୍ୟାଡବରୀ ଚକୋଲେଟ କିଣିଲେ ମିଳିବ ଜିଓର ୧ ଜିବି ଡାଟା ମାଗଣା

0

ମୁମ୍ବାଇ: ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ରିଲାଏନ୍‌ସ୍‌ ଜିଓ କ୍ୟାଡ୍‌ବରି ଡେଅରି ମିଲ୍‌କ୍‌ ଚକ୍‌ଲେଟ୍‌ରେ ଗ୍ରାହକମାନଙ୍କୁ ୧ଜିବି ୪ଜି ଡାଟା ମାଗଣା ଅଫର୍‌ ଘୋଷଣା କରିଛି ।ଫ୍ରି ଡାଟା ପାଇବା ପାଇଁ ଗ୍ରାହକମାନଙ୍କ ପାଖରେ ଅତି କମରେ ୫ ଟଙ୍କାର ରେଗୁଲାର ଡାଏରୀମିଲ୍କ ଚକୋଲେଟ, ମିଲ୍କ କ୍ରାକର, ଫ୍ରୁଟ ଆଣ୍ଡ ନଟ୍ସ, ରୋଷ୍ଟ ଆଲମଣ୍ଡର ଖାଲି ପ୍ୟାକେଟ ଥିବା ଜରୁରୀ ଅଟେ । ଡେଅରି ମିଲ୍‌କ୍‌ର ୫, ୧୦, ୨୦, ୪୦ ଓ ୧୦୦ ଟଙ୍କିଆ ଚକ୍‌ଲେଟ୍‌ଗୁଡ଼ିକରେ ଏହି ଅଫର୍‌ ମିଳୁଛି। ୪୦ ଟଙ୍କିଆ ଡେଅରି ମିଲ୍‌କ୍‌ କ୍ରାକ୍‌ଲ୍‌, ୪୦ ଟଙ୍କିଆ ଡେଅରି ମିଲ୍‌କ୍‌ ରୋଷ୍ଟେଡ୍‌ ଆଲ୍‌ମଣ୍ଡ୍‌, ୪୦ କିଂବା ୮୦ ଟଙ୍କିଆ ଡେଅରି ମିଲ୍‌କ୍‌ ଫ୍ରୁଟ୍‌ ଆଣ୍ଡ୍‌ ନଟ୍‌ ଓ ୩୫ ଟଙ୍କିଆ ଡେଅରି ମିଲ୍‌କ୍‌ ଲିକେବ୍‌ଲ୍‌ରେ ମଧ୍ୟ ଏହି ଅଫର୍‌ ମିଳୁଛି।

Click Here:
      ⇓

loading...

Leave A Reply

Your email address will not be published.