Breaking

ନିଲମ୍ବିତ ହେଲେ ଲାଞ୍ଚୁଆ ପୁଲିସ ବାବୁ

0

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜଟଣୀ ଥାନାର ପୂର୍ବତନ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବନ କରିଛନ୍ତି। ସୋମବାର ଦିନ ତାଙ୍କୁ ଗିରଫ କରାଯାଇ ଜେଲ୍‍ ପଠାଇ ଦିଆଯାଇଥିବା ବେଳେ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୁପାରିସ କ୍ରମେ ପୁଲିସ ଡିଜି ନିଲମ୍ବନ ଆଦେଶ ଜାରି କରିଛନ୍ତି। ଏକ କେସ୍‌ ଦଫାରଫା କରିବା ପାଇଁ ସେ କୁଦିଆରିର ସୁମିତ ମଙ୍ଗରାଜଙ୍କ ଠାରୁ ଲାଞ୍ଚ ନେଉଥିଲେ । ଏହାପରେ ତାଙ୍କ ଜଟଣୀସ୍ଥିତ ବାସଭବନରେ ଭିଜିଲାନ୍ସର ଚଢ଼ାଉ କରିଥିଲା । ତାଙ୍କ ଘରୁ ନଗଦ ୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିଲା ।

loading...

Leave A Reply

Your email address will not be published.