Breaking

ଶୁଭ ଉଦଘାଟନ ହୋଇଯାଇଛି ରି-ବର୍ଣ୍ଣ ରେଷ୍ଟୁରାଣ୍ଟ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପଟିଆ ସ୍ଥିତ ଖିମଜି ହୋଣ୍ଡା ର ଦ୍ଵିତୀୟ ମହଲା ରେ ଅବସ୍ତିତ ଏହି ରି-ବର୍ଣ୍ଣ, ୬୫୦୦ ବର୍ଗଫୁଟ ସ୍ଥାନରେ ନିର୍ମିତ ହୋଇଛି | ଏଥିରେ ଓଡ଼ିଶା ର ସର୍ବବୃହତ ଡାନ୍ସ ଫ୍ଲୋର ରହିଥିବା ବେଳେ ପୂର୍ବ ଭାରତର ବୃହତ କାଉଣ୍ଟର ରହିଛି | ଏହା ସହ ପ୍ରସିଦ୍ଧ ବିଦେଶୀ ଖାଦ୍ୟ, ସାଉଥ୍ ଇଣ୍ଡିଆନ ଓ ଚାଇନିଜ୍ ଭଳି ଖାଦ୍ୟ ର ବ୍ୟବସ୍ଥା କରାଯାଇ ଥିବାବେଳେ ଏହି ରି-ବର୍ଣ୍ଣ ରେଷ୍ଟୁରାଣ୍ଟ ର ରୋଷେଇଆ ମାନେ ଆନ୍ତର୍ଜାତୀୟ ବୋଲି ଜଣା ପଡିଛି |
ରି-ବର୍ଣ୍ଣ ରେଷ୍ଟୁରାଣ୍ଟ ର ଉଦଘାଟନ ସଭା ରେ ମିସ୍ ଇଣ୍ଡିଆ ସୁମନ ରାଓ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଡିଜେ ଏନ୍ ୱାଇ କେ ଯୋଗ ଦେବେ ବୋଲି ଦେଖା ଯାଉଛି |
ଏହି ରେଷ୍ଟୁରାଣ୍ଟ ରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପାଟରେଟ୍ ଲାଇଟ୍ ସିଷ୍ଟମ ବ୍ୟବହାର କରାଯାଇଛି ଯାହା ଓଡ଼ିଆ ଜ୍ଞାନକୌଶଳ ଦ୍ଵାରା ନିର୍ମିତ | ଏଠାରେ ମହିଳା ମାନଙ୍କ ସୁରକ୍ଷୀତ ପ୍ରତି ବିଶେଷ ଭାବରେ ଧ୍ୟାନ ଦିଆଯିବା ସହ ଲାଇସେନ୍ସ ପ୍ରାପ୍ତ ସିକ୍ୟୁରିଟି ନିଯୁକ୍ତି କରାଯାଇଛି | ରି-ବର୍ଣ୍ଣ ରେଷ୍ଟୁରାଣ୍ଟ ରେ ସ୍ୱଳ୍ପ ମୂଲ୍ୟ ଓ ଅତି ଉଚ୍ଚ ମାନର ଡିଜେ ସାଉଣ୍ଡ ହୋଇଥିବାରୁ ଭୁବନେଶ୍ବର ବାସୀଙ୍କୁ ଆକୃଷ୍ଟ କରିବା ବୋଲି ରି-ବର୍ଣ୍ଣ ନିର୍ଦ୍ଦେଶକ ମିତେଶ ଗୁପ୍ତା ଆଶା କରିଛନ୍ତି |

loading...

Leave A Reply

Your email address will not be published.