Breaking

“ବକ୍ସି ଜଗବନ୍ଧୁ” ପାଇକ ଜାତିର କୂଳତିଳକ – ପାଇକ ମହାସଂଘ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷର ସ୍ୱାଧିନତା ଇତିହାସର ମୁଖବନ୍ଧ, ଏହା ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ସହୀଦ୍ ଦିବସ ମହାସମାରୋହରେ କରୋନା ମହାମାରୀର କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ଡ଼ଃ ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଦେଶଭକ୍ତ ପାଇକ ବିଦ୍ରୋହର ମହାନ୍ ସାରଥି ବକ୍ସିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏମାଟିର ସ୍ୱାଧିନତାର ବହ୍ନି ମହାମାନବ ବକ୍ସିଙ୍କ ଦ୍ୱାରା ପ୍ରଜ୍ୱଳିତ ହୋଇଥିଲା ଯେଉଁ ସ୍ୱାଧିନତା ଅଗ୍ନିରେ ପାଇକମାନେ ଝାସ ଦେଇ ଇଂରେଜ ଶକ୍ତିକୁ ପଦଦଳିତ କରି ଭାରତବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ । ଆଜିର ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଇକଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ଦ୍ୱାରା ପାଇକ ଆଖଡ଼ା କାର୍ଯ୍ୟକ୍ରମ ଢାଲ, ତରବାରୀର ଗର୍ଜନ ପ୍ରତ୍ୟେକ ପାଇକଙ୍କ ଦେହରେ ଶିହରଣ ସୃଷ୍ଟି କରିଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ବାଣପୁର ପାଇକ ସର୍ଦ୍ଦାର ରଂଜନ ବଳିୟାର ସିଂହ, ରାଜ୍ୟ ଉପଦେଷ୍ଟା ବିଭୁତି ଭୂଷଣ ସ୍ୱାଇଁ, ଭୁବନେଶ୍ୱର ପାଇକ ସଂଘ ସଭାପତି ଅଜୟ ନାୟକ, ପାଇକ ଗୁରୁ ଭାସ୍କର ସୁନ୍ଦରରାୟ, ବଡ଼ମ୍ବା ପାଇକ ସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ, ଇଂ. ଶିବପ୍ରସାଦ ମିଶ୍ର, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଗଡ଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବାଣପୁର ପାଇକସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, କଟକ ପାଇକ ସଂଘ ସଂପାଦକ କେଦାର ମହାରଣା, ଜଗତ୍‌ସିଂହପୁର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ସମରଞ୍ଜନ ମହାନ୍ତି ତଥା ଓଡ଼ିଶାର ସମସ୍ତ ଜିଲ୍ଲାର ପାଇକ ମହାସଂଘ ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ । ରାଜ୍ୟ ସରକାର ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡାର ମାନ୍ୟତା, ପାଇକ ଆଖଡ଼ାକୁ ସ୍କୁଲ କଲେଜରେ ସାମିଲ କରିବା, କେନ୍ଦ୍ର ସରକାର ପାଇକ ରେଜିମେଣ୍ଟ ଗଠନ କରିବା ଦିଗରେ ପ୍ରୟାସ କରିବା ନିମନ୍ତେ ଦାବି ଉପସ୍ଥାପିତ କରାଯାଇଥିଲା । ଶେଷରେ ପାଇକ ସଂଘର ବିଭିନ୍ନ ପାଇକମାନଙ୍କ ଦ୍ୱାରା ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

loading...

Leave A Reply

Your email address will not be published.