Breaking

ବାହୁଡିବେ ମହାବାହୁ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା । ଜନ୍ମବେଦୀରୁ ଫେରିବେ ଶ୍ରୀମନ୍ଦିର । ନୀତି ଅନୁସାରେ, ଗତକାଲି ନୀତି ସନ୍ଧ୍ୟା ଦର୍ଶନ ହୋଇଛି । ତେବେ ଆଜି ବାହୁଡା ପାଇଁ ନିର୍ଘଣ୍ଟ ହୋଇଛି ନୀତି । ଅପରାହ୍ନ ୪ଟାରେ ରଥ ଟାଣିବାକୁ ଚୂଡାନ୍ତ ହୋଇଛି । ମଙ୍ଗଳ ଆଳତି ପ୍ରାତଃ ୪ଟାରେ ହେବାକୁ ଥିବା ବେଳେ, ମଇଲମ ୪ଟା ୧୫, ତଡ଼ପଲାଗି ୪ଟା ୩୦, ଅବକାଶ ୫ଟା, ସୂର୍ଯ୍ୟପୂଜା ସକାଳ ୫ଟା ୧୫, ଦ୍ବାରପାଳ ପୂଜା ଓ ବେଶ ଶେଷ ୫ଟା ୩୦ ସୁଦ୍ଧା ସରିବ ।

ସେହିପରି ଗୋପାଳ ବଲ୍ଲଭ ଓ ସକାଳ ଧୂପ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ କରାଯିବ । ସେନାପଟା ଲାଗି ୭ଟାରୁ ୧୧ଟା ୩୦ ମଧ୍ୟରେ ହେବାକୁ ଥିବା ବେଳେ, ମଙ୍ଗଳାର୍ପଣ ଦିନ ୧୧ଟା ୪୫, ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦ ମଧ୍ୟରେ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ସେହିପରି ଛେରା ପହଁରା ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ହେବ । ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟା ମଧ୍ୟରେ ଶେଷ ହେବ । ଏସବୁ କାର୍ଯ୍ୟ ସରିବା ପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ ।।

loading...

Leave A Reply

Your email address will not be published.