Breaking

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା ! ରାକ୍ଷୀ ବଜାରରେ ଜମୁଛି ବେପାର

0

ଭୁବନେଶ୍ୱର: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ରାକ୍ଷୀ ବଜାର ସରଗରମ। ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍‌ର ରାକ୍ଷୀ।ଚକମକ ବିଜୁଳି ଆଲୁଅରେ ଝଲସୁଥିବା ରାକ୍ଷୀ ଦୋକାନରେ ଭିଡ଼ ଜମୁଛି ।ରେଶମୀ ସୂତା, ପଥର କାମ, କଣ୍ଢେଇ, ଫୁଲ, ସ୍ୱସ୍ତିକ ଆକୃତିର ପାରମ୍ପରିକ ଡିଜାଇନି ଠାରୁ ଟ୍ରେଣ୍ଡିଂ ଫ୍ଲୋରାଲ ଡିଜାଇନ ଭଳି ନାନା ରକମର ରାକ୍ଷୀ ବଜାରରେ ମିଳୁଛି ।ରାକ୍ଷୀ ଏକ ଋତୁକାଳୀନ ବ୍ୟବସାୟ । ପ୍ରତିବର୍ଷ ଏହାର ଡିଜାଇନି ବଦଳିବାରେ ଲାଗିଛି ।ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଚଞ୍ଚଳ ହୋଇଉଠିଛି।
କଟକ ସହରର ନିମସାହି, ବକ୍ସିବଜାର, ରାଣୀହାଟ, ଚୌଧୁରୀ ବଜାର ଭଳି ଅନେକ ସ୍ଥାନରେ ଖୋଲିଛି ରାକ୍ଷୀ ଦୋକାନ। ବିଭିନ୍ନ ଡିଜାଇନ୍‌ର ରାକ୍ଷୀ କିଣିବାକୁ ରାକ୍ଷୀ ଦୋକାନରେ ଗ୍ରାହକଙ୍କ ଲାଗିଛି ଭିଡ |ବର୍ଷକୁ ବର୍ଷ ୧୦ରୁ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି ଘଟୁଥିଲେ ବି ଗ୍ରାହକଙ୍କ ଚାହିଦା କମିଯାଇ ନାହିଁ ବୋଲି କହନ୍ତି ୟୁନିଟ-୧ ମାର୍କେଟର ହୋଲସେଲ ରାକ୍ଷୀ ବିକ୍ରେତା ସନ୍ତୋଷ ସାହୁ । ବଜାରରେ ରାକ୍ଷୀ ପ୍ରତି ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କା ଯାଏ ରହିଛି ।
ଅନଲାଇନରେ ବ୍ୟାପକ ଭେରାଇଟିର ରାକ୍ଷୀ ଦେଖି ପସନ୍ଦ କରିବାକୁ ମିଳୁଥିବାରୁ ବଜାରକୁ ଆସି ବାଛିବା ଅପେକ୍ଷା ଅନଲାଇନରେ ଅର୍ଡର କରିବାକୁ ବର୍ତମାନର ଯୁବପୀଢି ପ୍ରାଥମିକତା ଦେଉଥିବା କହନ୍ତି ଜଣେ କଲେଜ ଛାତ୍ରୀ ମଧୁସ୍ମିତା ।

loading...

Leave A Reply

Your email address will not be published.