Breaking

ଆସୁଛି ରାଫେଲ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି ରାଫେଲ । ରାଫେଲ ହେଉଛି ସେହି ଲଢୁଆ ବିମାନ ଯାହା ଭାରତର ଶକ୍ତିକୁ ଆକାଶ ପଥରେ ବଢାଇବାକୁ ସକ୍ଷମ ହେବ। ଫ୍ରାନ୍ସର ମାରିଗ୍ନାକ୍ ଏୟାରବେସ୍ ରୁୁ ୫ଟି ରାଫେଲ ହରିୟାଣାର ଅମ୍ବାଲା ଏୟାରବେସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଫ୍ରାନ୍ସରୁ ଭାରତ ୭ ହଜାର କିଲୋମିଟରକୁ ଅତିକ୍ରମ କରିବା ପାଇ ୨ ଦିନ ସମୟ ଲାଗିବ। । ଆଉ ବାଟରେ ଆକାଶରେ ହିଁ ଇନ୍ଧନ ଭରିବ ରାଫେଲ । ୨୯ ତାରିଖରେ ଭାରତରେ ଅବତରଣ କରିବା ପରେ ଏହି ୫ଟି ରାଫେଲର ନୂଆ ଠିକଣା ପାଲଟିଯିବ ଅମ୍ବାଲା ଏୟାରବେସ୍ । ବାୟୁସେନାର ୧୨ ଜଣ ଫାଇଲଟ୍ ଓ ଇଂଜିନିୟରିଂ ଟିମ୍ ସଂପୂର୍ଣ୍ଣ ତାଲିମ ପାଇଥିବାରୁ ଭାରତ ପହଁଚିବା ମାତ୍ରେ ବଢ଼ିଯିବ ଆକାଶ ମାର୍ଗରେ ଦେଶର ପରାକ୍ରମ ଓ ଶତ୍ରୁକୁ ମାତ୍ ଦେବା ରେ ଭାରତ ହୋଇଯିବ ଅଧିକ ଶକ୍ତିଶାଳୀ।

loading...

Leave A Reply

Your email address will not be published.