Breaking

ବାୟୁସେନାରେ ବାହୁବଳୀ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତୀୟ ବାୟୁସେନା ରେ ସାମିଲ୍ ହେଲା ବାହୁବଳୀ । ଆନୁଷ୍ଠାନିକ ଭାବେ ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ କରି ରାଫେଲକୁ ବାୟୁସେନାକୁ ହସ୍ତାନ୍ତର କରାଯାଇଥିଲା । ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପର୍ଲେ ଉପସ୍ଥିତ ରହିଥିଲେ । ଭାରତ ଓ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ତଥା ଅଧିକାରୀଙ୍କ ଉପସ୍ଥିତିରେ ସଂପନ୍ନ ହୋଇଥିଲା ସର୍ବଧର୍ମ ପୂଜା । ଭାରତୀୟ ବାୟୁସେନାରେ ରାଫେଲର ସାମିଲ ହେବା ପରେ ଏହାର ବଳ ବଢିବ । ବାୟୁସେନାରେ ବିଦ୍ଧିବଦ୍ଧ ଭାବେ ସାମିଲ କରାଇ ଭାରତୀୟ ବାୟୁସେନାର ବଳକୁ ବହୁଗୁଣ କରିଦେଇଛନ୍ତି ଭାରତ ସରକାର ।

loading...

Leave A Reply

Your email address will not be published.