Breaking

ପୂରା ଦୁନିଆ ସାମ୍ନାରେ ନିକ ଜୋନସଙ୍କୁ କିସ୍ କଲେ ପ୍ରିୟଙ୍କା : ଭିଡ଼ିଓ ହେଲା ଭାଇରାଲ

0

ନ୍ୟୁୟର୍କ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବିସ୍ୱାମୀ ତଥା ଆମେରିକୀୟ ସିଙ୍ଗର ନିକ ଜୋନସ ନିଜର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି ।ପ୍ରିୟଙ୍କା ନିକଙ୍କ ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ ଏବେ କାର୍ଲିଫର୍ଣ୍ଣିଆରେ ଅଛନ୍ତି ।ନିକଟରେ ପ୍ରିୟଙ୍କା ଏବଂ ନିକ ବେସବଲ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ପହଁଚିଥିଲେ । ସେଠାରେ ନିକଙ୍କ ଫ୍ୟାନ୍ସ ତାଙ୍କର ଜନ୍ମଦିନ ସେଲିବ୍ରେଟ କରିଥିଲେ । ଷ୍ଟେଜ ଉପରେ ନିକ ପ୍ରିୟଙ୍କାଙ୍କୁ ନ୍ୟାସନାଲ ଟିଭିରେ ଆଲିଙ୍ଗନ କରିବା ସହିତ ଦୁହେଁ ପରସ୍ପରକୁ କିସ୍ ମଧ୍ୟ କରିଥିଲେ । ଦୁହିଁଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ପରେ ସମସ୍ତେ ମିଶି ଷ୍ଟାଡିୟମରେ ବେସବଲ୍ ଖେଳିଥିଲେ । ପରେ ପରିବାର ଲୋକଙ୍କ ସହ ମିଶି ନିକ୍ ଜନ୍ମ ଦିନ ପାଳିଥିଲେ । ଏଥିରେ ମଧ୍ୟ ସାମିଲ ଥିଲେ ଦେଶୀଗାର୍ଲ ପ୍ରିୟଙ୍କା । ଉଭୟଙ୍କ ମଧ୍ୟରେ ଆସନ୍ତା ଅକଟୋବର ମାସରେ ବିବାହ ହେବ ।

loading...

Leave A Reply

Your email address will not be published.