ଭୁବନେଶ୍ୱର,୧୯ା୪ ବିଜେଡି ଗଡ କୁହାଯାଉଥିବା ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ବିଜେପି ସଂଗଠନ ବଢିବାରେ ଲାଗିଛି । ବିଜେଡି ହତାଦର ପ୍ରସଙ୍ଗ ଦେଖାଇ ବିଜେପିକୁ ଡେଇଁ ଟିକେଟ ହାତେଇଲା ପରେ ବସି ନାହାନ୍ତି ପ୍ରିୟ । ଉତ୍ତରରେ ଥିବା ବିଜେପିର ଚାରିଟି ମଣ୍ଡଳର କର୍ମକର୍ତ୍ତା, କର୍ମୀ ଓ ବିଏମସି ନିର୍ବାଚନରେ ପ୍ରତିଦୋନ୍ଦିତା କରିଥିବା ବିଜୟୀ ଓ ପରାଜିତ କର୍ପୋରେଟର ଏବଂ ନିଜ ସାଙ୍ଗରେ ନେଇଥିବା ବିଜେଡି ଛାମୁଆ ନେତା ଓ କର୍ମୀ ମାନଙ୍କୁ ଏକତ୍ରିତ କରି ନିଜର ସଂଗଠନକୁ ବଢାଇବା ସହିତ ବିଜେପି ସଂଗଠନକୁ ସୁଦୃଢ କରିଛନ୍ତି ।

ଖାଲି ସେତିକି ନୁହେଁ ଜନ୍ମଦିନ, ପର୍ବପର୍ବାଣି, ଯାନିଯାତ୍ରା ଏମିତକି ମସାଣିରେ ମଧ୍ୟ ପହଞ୍ଚି ସାଧାରଣ ଲୋକମାନଙ୍କ ସୁବିଧା ଅସୁବିଧା ବୁଝି ସୁଖରେ ଦୁଃଖରେ ଭାଗି ହୋଇ ସମସ୍ତଙ୍କର ପ୍ରିୟପାତ୍ର ହେବା ସହ ସମସ୍ତଙ୍କ ହୃଦୟ ଜିତୁଛନ୍ତି । ଯଦି ଏହା ଆଗକୁ ଜାରି ରଖନ୍ତି ତାହେଲେ ବିଜେଡି ଗଡ ଭେଦକରି ବିଜେପି ବାନା ଉଡାଇବାକୁ ଏଡାଇ ଦିଆଯାଇ ନପାରେ । ସାଧାରଣ ଲୋକଙ୍କ କହିବା ଅନୁସାରେ ସୁଶାନ୍ତ ଓ ପ୍ରିୟ ଉଭୟ ଭଲ ଲୋକ ।

କିନ୍ତୁ ସୁଶାନ୍ତଙ୍କ ତୁଳନାରେ ପ୍ରିୟଙ୍କ ପାଖରେ ଅଧିକ ମାନବିକତା, ଆନ୍ତରିକତା, ସ୍ନେହ ପଣିଆ ଓ ସେବା ମନବୃତି ରହିଛି । କାରଣ ବିଧାୟକ ନଥାଇ ମଧ୍ୟ ସେ ଲୋକମାନଙ୍କ ସୁଖରେ ଦଃଖରେ ନିଜକୁ ସାମିଲ କରି ସୁବିଧା ଅସୁବିଧା ବୁଝିଛନ୍ତି । ଏଥର ଉତ୍ତରରେ ସୁଶାନ୍ତ ଓ ପ୍ରିୟଦର୍ଶୀଙ୍କ ମଧ୍ୟରେ କଡା ଟକ୍କର ହେବ । ମୋଦି ଲହର ପାଇଁ ବିଜେପିର ପଲା ଭାରି ରହିବ ବୋଲି ଆଲୋଚନା ହେଉଛି ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story