Breaking

ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶିନୀ

0

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଓଲିଉଡର ଚର୍ଚ୍ଚିତ ନାୟିକା ବର୍ଷା ପ୍ରିୟଦର୍ଶିନୀ ଗୁରୁବାର ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେଇଛନ୍ତି । ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ବର୍ଷା । ତେବେ ପୂର୍ବରୁ ମଧ୍ୟ ଅନେକ ସମୟରେ ବର୍ଷା ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବର୍ଷା ମଧ୍ୟ ବିଜେଡି ପାଇଁ ପ୍ରଚାର କରିଥିଲେ ।
ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି, ନବୀନଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ତାଙ୍କୁ ସବୁବେଳେ ପ୍ରେରଣା ଦେଇଥାଏ । ମୁଖ୍ୟମନ୍ତ୍ରୀ କଥାରେ କମ୍ ଓ କାମ ବେଶି କରନ୍ତି । ତା ଛଡା ସେ କାହା ବିରୋଧରେ ମଧ୍ୟ କୁହନ୍ତିନି, ତାଙ୍କ କାମ ହିଁ କଥା କୁହେ । ନବୀନ ପଟ୍ଟନାୟକ ଅପ୍ରତିଦ୍ୱନ୍ଦୀ ବୋଲି ବିଜେଡିରେ ସାମିଲ ହେଇ ବର୍ଷା କହିଛନ୍ତି ।

loading...

Leave A Reply

Your email address will not be published.