Breaking

ବିଜେଡିରୁ ଇସ୍ତଫା ଦେଲେ ପ୍ରିତିନନ୍ଦା

0

ଭୁବନେଶ୍ୱର:ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ବିଜେପିରେ ଯୋଗଦେବା ପରେ ସକ୍ରୀୟ ରାଜନୀତିରେ ଥିବା ତାଙ୍କ ଝିଅ ପ୍ରିତିନନ୍ଦା ରାଉତରାୟ ବିଜେଡ଼ିରୁ ଇସ୍ତଫା ପ୍ରଦାନ କରିଛନ୍ତିି । ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଦଳ ଛାଡ଼ିଥିବା ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି । ଦାମଙ୍କ ବଡ଼ଝିଅ ପ୍ରିତିନନ୍ଦା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ପୂର୍ବତନ କର୍ପୋରେଟର ଭାବେ ଶୈଳଶ୍ରୀବିହାର ୬ ନ° ୱାର୍ଡ଼ରୁ ବିଜେଡ଼ି ଟିକଟରୁ ନିର୍ବାଚିତ ହୋଇଥିଲେ ।

ତେବେ ସବୁଠାରୁ ବଡ଼କଥାହେଲା, ଏବେ ପ୍ରିତିନନ୍ଦା ବିଜେଡ଼ିରୁ ଇସ୍ତଫା ପ୍ରଦାନ କଲାପରେ କେଉଁ ଦଳରେ ଯୋଗଦେବେ ଏହାକୁ ନେଇ କଳ୍ପନାଜଳ୍ପନା ଜୋର୍ ଧରିଛି । ମାତ୍ର ବାପା ଦାମୋଦର ରାଉତଙ୍କ ପଦାଙ୍କ ଅନୁସରଣ କରିବା ନିଶ୍ଚିତ, ଅର୍ଥାତ୍ ଖୁବ୍ ଶିଘ୍ର ବିଜେପିରେ ପ୍ରିତିନନ୍ଦା ଯୋଗଦେଉଛନ୍ତି ବୋଲି ଚର୍ଚ୍ଚା ବଢିବାରେ ଲାଗିଛି । ଅବଶ୍ୟ ପ୍ରିତିନନ୍ଦାଙ୍କ ଭାବମୂର୍ତ୍ତି ତାଙ୍କ ୱାର୍ଡ଼ରେ ଅକ୍ଷୁର୍ଣ୍ଣ ରହିଥିବା ସହିତ ତାଙ୍କର ମଧ୍ୟ ବେଶ୍ ଜନପ୍ରିୟତା ରହିଛି । ରାଜନୀତି ସହିତ ସମାଜସେବାରେ ନିଜକୁ ସାମିଲ୍ କରିବା ସହିତ ଲୋକପ୍ରତିନିଧି ଭାବେ ତାଙ୍କର ଭଲ ଜନସମ୍ପର୍କ ରହିଛି । ଗଣମାଧ୍ୟମକୁ ସୂଚନା ଦେଇ ପ୍ରିତିନନ୍ଦା କହିଛନ୍ତି, ମୁଁ ପ୍ରଥମେ ବାପାଙ୍କ ଝିଅ ଏବଂ ପରେ ରାଜନେତା । ବାପାଙ୍କ ଯୋଗୁଁ ମୁଁ ରାଜନୀତିକୁ ଆସିଛି । ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ପ୍ରିତିନନ୍ଦା ବିଜେପିରେ ଖୁବ୍ ଶିଘ୍ର ସାମିଲ୍ ହେବା ଏକପ୍ରକାର ନିଶ୍ଚିତ ।

ବିଏମସିର ପୂର୍ବତନ କର୍ପୋରେଟର୍ ପ୍ରିତିନନ୍ଦା ରାଉତରାୟ ତାଙ୍କ ଇସ୍ତଫାପତ୍ରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।ନିର୍ବାଚନ ବିଗୁଲ୍ ଓଡ଼ିଶା ରାଜନୈତିକ ଆକାଶରେ ବାଜିବା ସହିତ ଏବେ ସମସ୍ତ ଦଳରେ ଦଳବଦଳ ବଢିବାରେ ଲାଗିଛି । କିନ୍ତୁ ଉତ୍ତର ଭୁବନେଶ୍ବର ଆସନରୁ ପ୍ରିତିନନ୍ଦା ବିଜେପି ବିଧାୟିକା ପାର୍ଥୀନି ହେବେ ବୋଲି ଚର୍ଚ୍ଚା ଚାଲିଛି ।

loading...

Leave A Reply

Your email address will not be published.