ଭୂବନେଶ୍ବର:କଂଗ୍ରେସକୁ ବାଏ ବାଏ କରିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । କଂଗ୍ରେସର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେବା ସହ କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କରିଛନ୍ତି ପ୍ରକାଶ ବେହେରା । ପ୍ରକାଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇ ଏହା ସ୍ପଷ୍ଟ କରିଛନ୍ତି। ଦଳରେ ଅଣଦେଖା କରାଯାଇଥିବା ନେଇ ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ପ୍ରକାଶ ବେହେରା । ଅନେକ କଳ୍ପନା ଜଳ୍ପନାର ଅନ୍ତ କରି କଂଗ୍ରେସର ହାତ ଛାଡ଼ିଛନ୍ତି ପ୍ରକାଶ ।ଗତ ନିର୍ବାଚନରେ କଟକ ଜିଲ୍ଲାର ୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏକମାତ୍ର ନିର୍ବାଚନ ମଣ୍ଡଳୀ ଭାବେ ସାଲେପୁର ୨୦୧୪ରେ କଂଗ୍ରେସକୁ ଯାଇଥିଲା। ତେବେ ସାପ୍ରତିକ ସ୍ଥିତିରେ ପ୍ରକାଶ କେଉ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ସେ ଗେରୁଆ ଶିବିରରେ ଯୋଗଦେବେ ବୋଲି ଚର୍ଚା ଜୋର ଧରିଛି। ବିଜେଡିରେ ଟିକେଟ ଆଶା କମ ଥିବାରୁ ସେ ପଦ୍ମ ଶିବିରର ତୁଙ୍ଗ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ସୁତ୍ରରୁ ଖବର ମିଳୁଛି। ଆଗକୁ କଣ କରିବେ ପ୍ରକାଶ ତାହାକୁ ଅପେକ୍ଷା।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’