ଭୂବନେଶ୍ବର:ନିଜ ସ୍ବଛ ଭାବମୂର୍ତିକୁ ନେଇ ସବୁବେଳେ ଚର୍ଚାରେ ଥିବା ନବୀନ କରିଛନ୍ତି ରାଜନିତିକ ଗୋଟିଚାଳନା । ନବୀନ ନିଜ ନିର୍ବାଚନ ଆସନ ବଦଳାଇବା ନେଇ ଇଙ୍ଗିତ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ ।ତେବେ ଲଢିବା ନେଇ କିଛି ସ୍ପଷ୍ଟ ହୋଇ ନାହି। ରାଜନିତିରେ ପାଦ ଦେବା ଦିନଠାରୁ ନବୀନ ଗଞ୍ଜାମର ହିଞୀଳି ଆସନରୁ ପ୍ରତିଦ୍ବନ୍ଦିତା କରି ଅପ୍ରତିଦ୍ବନ୍ଦି ଭାବେ ଲଗାତାର ୪ ଥର ଆସନ ଅକ୍ତିଆର କରିଛନ୍ତି। କୋଷଳ ରାଜ୍ୟ ପାଇ ସବୁବେଳେ ଚର୍ଚାରେ ରହିଆସୁଥିବା ପଶ୍ଚିମ ଓଡ଼ିଶା ଶାସକ ଓ ବିରୋଧୀଙ୍କ ସ୍କାନରରେ ରଖିଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବା ନଶ୍ଚିତ ରୂପେ ଅନ୍ୟ ରାଜନିତିକ ଦଳ ପାଇ ଏକ ଚ୍ୟାଲେଞ ହେବ । ଖୋଦ୍ ବିଜେଡିର ସଭାପତିଙ୍କୁ ଏଠାରୁ ଲଢ଼ିବାକୁ ଅନୁରୋଧ କରିଛନ୍ତି ପଶ୍ଚିମଓଡ଼ିଶାବାସୀ । ତେବେ ଯଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରୁ ଲଢ଼ନ୍ତି ତେବେ ବିରୋଧୀ ଦଳରୁ ମଧ୍ୟ ନବୀନଙ୍କୁ ପ୍ରତିଦ୍ୱନ୍ଦୀତା କରିବାକୁ ହେଲେ ସେହିପରି ଜଣେ ସମକକ୍ଷ ପ୍ରତିଦ୍ବନ୍ଦିକୁ ମଇଦାନକୁ ଆଣିବାକୁ ପଡିବ।
Breaking