Breaking

ଫାଶୀ ଦେବା ପୂର୍ବରୁ ଅପରାଧୀର କାନରେ କ’ଣ କହିଥାଏ ଜଲ୍ଲାଦ?

0

ଅପରାଧୀକୁ ଫାଶୀ ଦିଆଯାଇଥାଏ ତା ପୂର୍ବରୁ ଅପରାଧୀର କାନରେ ଜଲ୍ଲାଦ୍‌ ବା ଫାଶୀ ଦେଉଥିବା ବ୍ୟକ୍ତି କିଛି କହିଥାଏ। ଏହାପରେ ଅପରାଧୀକୁ ତା’ର ଅପରାଧର ଦଣ୍ଡ ଫାଶୀ ରୂପରେ ଦିଆଯାଇଥାଏ। କିନ୍ତୁ ଏହି ପ୍ରଶ୍ନ ଆପଣଙ୍କ ମନରେ ଉଠିବା ସ୍ୱାଭାବିକ କି ଏପରି କେଉଁ କଥା ଜଲ୍ଲାଦ୍‌ ଅପରାଧୀର କାନରେ କହିଥାଏ?ଆଜି ଆମେ ଆପଣଙ୍କୁ ଫାଶୀ ସମ୍ୱନ୍ଧରେ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜଣାଇବୁ।
ପ୍ରକୃତରେ ଫାଶୀ ଦେବାର କିଛି ସମୟ ପୂର୍ବରୁ ଜଲ୍ଲାଦ ଅପରାଧୀର କାନରେ କ୍ଷମା ମାଗିଥାଏ ଏବଂ କହିଥାଏ କି, “ଭାଇ ମୋତେ କ୍ଷମା କରିଦିଅ, ମୁଁ ନିରୁପାୟ।” ଯଦି ଫାଶୀ ପାଇବାକୁ ଯାଉଥିବା ବ୍ୟକ୍ତି ହିନ୍ଦୁ ହୋଇଥାନ୍ତି, ତେବେ ଜଲ୍ଲାଦ ତାଙ୍କ କାନରେ ‘ରାମ-ରାମ’ କହିଥାଏ। ଯଦି ସେହି ବ୍ୟକ୍ତି ଜଣକ ମୁସଲମାନ ହୋଇଥାନ୍ତି,ତେବେ ଜଲ୍ଲାଦ ତାଙ୍କୁ ଶେଷ ସଲାମ୍‌ ଦେଇଥାଆନ୍ତି ଏବଂ ତାଙ୍କ କାନରେ କହିଥାଆନ୍ତି,“ମୁଁ ସରକାରଙ୍କ ଆଦେଶର ଗୋଲାମ୍‌। ଏଥିପାଇଁ ଚାହିଁଲେ ମଧ୍ୟ କିଛି କରି ପାରିବି ନାହିଁ।” ବାସ୍‌ ଏତିକି କହି ସେ ଫାଶୀର ଫନ୍ଦାକୁ ଟାଣି ଦେଇଥାଆନ୍ତି।

You May Like Here:
            ⇓

 

loading...

Leave A Reply

Your email address will not be published.