Breaking

ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଲେ ଶିକ୍ଷକ ଓ ଅଧ୍ୟାପକ

0

ଭୁବନେଶ୍ୱର:ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳୁଛନ୍ତି ଆନ୍ଦୋଳନରତ ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ । ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥବାରୁ ଶିକ୍ଷକ ମାନେ ତାଙ୍କ ଦାବି ପୂରଣ ପାଇଁ ଲଢେଇ ଜାରି ରଖିଛନ୍ତି । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଉ ନ ଥିବାରୁ ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଆନ୍ଦୋଳନରତ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଞ୍ଚ । ଆସନ୍ତାକାଲିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପଡ଼ିବ । ସେହିପରି ୭ ତାରିଖରୁ ସବୁ ବିଧାୟକଙ୍କ ସରକାରୀ ବାସଭବନ ସାମନାରେ ଆନ୍ଦୋଳନ କରାଯିବ ବୋଲି ମଞ୍ଚ ଚେତାଇ ଦେଇଛି ।

loading...

Leave A Reply

Your email address will not be published.