Breaking

ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଲେ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ

0

ନୂଆଦିଲ୍ଲୀ: ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତ । ଜଷ୍ଟିସ୍‌ ଗୋଗୋଇଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଚଳିତ ବର୍ଷ ଅକ୍ଟୋବର ୩ରେ ଦେଶର ୪୬ ତମ ମୁଖ୍ୟ ବିଚାରପତି ରୂପେ ଶପଥ ନେବେ। ଅକ୍ଟୋବର ୨ରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅବସର ପରେ ସେ ଦେଶର ପରବର୍ତ୍ତୀ ମୁଖ୍ୟ ବିଚାରପତି ଦାୟିତ୍ଵ ସମ୍ଭାଳିବେ। ଜଷ୍ଟିସ୍ ମିଶ୍ର ଆସନ୍ତା ଅକ୍ଟୋବର ୨ ତାରିଖରେ ଅବସର ଗ୍ରହଣ କରିବେ ଏବଂ ୩ ତାରିଖ ଦିନ ଜଷ୍ଟିସ ଗୋଗୋଇ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗତ ମାସ ଜଷ୍ଟିସ୍ ମିଶ୍ରଙ୍କୁ ପତ୍ର ଲେଖି ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିବାକୁ କହିଥିଲେ।

loading...

Leave A Reply

Your email address will not be published.