Breaking

ଘରେ ଘରେ ପହଞ୍ଚୁ ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟର ବାର୍ତ୍ତା: ପ୍ରଣବ

ଦେବଗଡରେ ବିଜେଡିର କର୍ମୀ ସମ୍ମିଳନୀ

0

ସମ୍ବଲପୁର, : ଆଜି ପୂର୍ବାହ୍ନରେ ଦେବଗଡ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ନିକଟରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କର୍ମକର୍ତ୍ତା ମାନଙ୍କ ଉତ୍ସାହ ବୃଦ୍ଧି କରିଥିଲେ । ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇବାକୁ କର୍ମୀମାନଙ୍କୁ ପ୍ରଣବ ପ୍ରକାଶ ଆହ୍ୱାନ କରିଥିଲେ । ସେହିଭଳି ଦେବଗଡରେ ଦଳୀୟ ସଂଗଠନକୁ ସୁଦୃଢ କରି ବିଜେଡିକୁ ଏକ ବଡ ବିଜୟ ଦିଗରେ ନିଆଯିବ । ସେନେଇ ଉପସ୍ଥିତ ହଜାର ହଜାର ଦଳୀୟ କର୍ମୀ ସଂକଳ୍ପ କରିଥିଲେ । ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ବିରୋଧ କରୁଥିବା ଦେବଗଡ ବିଧାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥାଇ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ମଧ୍ୟ କରିପାରିନଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ମିଥ୍ୟା ପ୍ରତିଶୃତିକୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ସଭାରେ ମତପ୍ରକାଶ ପାଇଥିଲା ।

ଏହି କର୍ମୀ ସମ୍ମିନଳୀରେ ଦେବଗଡ ବିଜେଡି ବିଧାୟିକା ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଗୌତମ ବୁଦ୍ଧ ଦାସ, କେନ୍ଦୁପତ୍ର ତୋଳାଳୀ ସଂଘ ରାଜ୍ୟ ସମ୍ପାଦକ ସଞ୍ଜିତ କୁମାର ମହାନ୍ତି, ଦେବଗଡ ପୌରପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ, ଉମା ଶଙ୍କର ସାହୁ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟାରେ କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

loading...

Leave A Reply

Your email address will not be published.