Breaking

ପଦ୍ମଶ୍ରୀରେ ସମ୍ମାନିତ ହେଲେ ୩ ଓଡିଆ

0

ନୂଆଦିଲ୍ଲୀ:ସମାଜସେବା ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ୩ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ବିରଳ ଧାନ ସଂଗ୍ରହ କ୍ଷେତ୍ରରେ କମଳା ପୂଜାରୀ , ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୈତାରୀ ନାୟକ ଏବଂ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଆତିଥିଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

loading...

Leave A Reply

Your email address will not be published.