Breaking

ହକି ବିଶ୍ୱକପ ପାଇଁ ୫ଟି ସ୍ମାରକୀ ଡାକ ଟିକେଟର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର:ହକି ବିଶ୍ୱକପ ସଂର୍କିତ ୫ଟି ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଛି । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ହକିକୁ ବିଶ୍ୱସ୍ତରରେ ଅନ୍ୟ ଏକ ରୂପରେଖ ଦେବାକୁ ରାଜ୍ୟ ସରକାର ବିଭିନ୍ନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚଳିତବର୍ଷ ଓଡିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଆୟୋଜିନ କରି ବେଶ ପ୍ରଶଂସା ସାଉଁଟୁ ଥିବା ରାଜ୍ୟ ସରକାର ପୁଣି ଥରେ ଏହାକୁ ସ୍ମରଣୀୟ କରିବା ପାଇଁ ଅନ୍ୟତମ ପଦକ୍ଷେପ ନେଇଛନ୍ତି। ତେବେ ୫ଟି ସ୍ମାରକୀ ଡାକରେ ଜୈବ ବିବିଧତା ଏବଂ ଓଡିଶାର ଐତିହ୍ୟ ସ୍ଥାନ ପାଇଛି । ଏହାର ମୂଲ୍ୟ ୫ ଟଙ୍କା ରହିଛି ।

loading...

Leave A Reply

Your email address will not be published.