Breaking

ଆକ୍ସନ୍ ମୁଡରେ କମିସନରେଟ୍ ପୋଲିସ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

କଡା ଚେକିଂ ସାଙ୍ଗକୁ ଘନଘନ ପେଟ୍ରୋଲିଂ । ଅମାନିଆଙ୍କୁ ସାବାଡ କରିବାକୁ ଗଳିକନ୍ଦି ପଇନ୍ତରା ମାରୁଛି କମିସନରେଟ ପୋଲିସ୍। କମିସନରେଟ୍ ପୋଲିସର ବାରଣ ସତ୍ବେ ବିନା ପାସରେ ବହୁ ଜନ ସାଧାରଣ ବିନା କାମରେ ବାହାରକୁ ଆସୁଥିବାର ନଜର ଆସିବା ପରେ ପୋଲିସ୍ କମିସନରେଟ୍ ପୋଲିସ ମହାନିର୍ଦେଶକଙ୍କ ନିର୍ଦେଶ କ୍ରମେ ଜନ ସାଧାରଣଙ୍କୁ ବୁଝାଇବା ସହ ଅମାନିଆଙ୍କ ଉପରେ କଡା କାଯ୍ୟାନୁଷ୍ଠାନ ଗହଣ କରୁଛନ୍ତି ।ସୂଚନା ଥାଉକି ସହିଦନଗର ଥାନା ଅଧିକୃତ ଭିଏସ୍ଏସ୍ ନଗରରେ ସାପ୍ତାହିକ ହାଟ ହେବା ସହ ଏହି ହାଟ ଉପରେ ନିକଟସ୍ତ ଅଞ୍ଚଳର ପ୍ରାୟ ଜନ ସାଧାରଣ ନିର୍ଭର କରନ୍ତି।ତେବେ ପୋଲିସ୍ ତରଫରୁ ହାଟ ମଧ୍ୟକୁ ପାସ୍ ଧାରିଙ୍କ ବ୍ୟତିତ ଅନ୍ୟାନ୍ୟ ଯାନବାହାନ ନିଶିଦ୍ଧ କରାଯାଇଥିବାବେଳେ କିଛି ଅମାନିଆ ଏହାର ଫାଇଦା ଉଠାଇବାକୁ ଚେଷ୍ଠା କରୁଥିବା ନଜରକୁ ଆସୁଛି।ଏହାକୁ ଦୃଷ୍ଟିରେ ରଖି ଆଜି ସ୍ଥାନୀୟ ଫାଣ୍ଡିଅଧିକାରୀ ଚିତ୍ତ ରଞ୍ଜନ ରାଉତଙ୍କ ନେତୃତ୍ବରେ ବହୁମାତ୍ରାରେ ଗାଡି ଜବତ୍ ସହ ଚାଲାଣ କଟାଯାଇଛି ଓ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସଚେତନ କରୁଥିବା ମଧ୍ୟ ନଜରକୁ ଆସିଛି ଯାହାକୁ ସ୍ଥାନୀୟ ବୁଦ୍ଦିଜୀବି ମାନେ ପ୍ରସଂସା କରିଛନ୍ତି।ଆଗାମୀ ଦିନରେ ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଉତ କହିଛନ୍ତି।

loading...

Leave A Reply

Your email address will not be published.