Breaking

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ର ଅଡିଓ ରିଲିଜ୍

0

ଭୁବନେଶ୍ୱର: ୮ ଡିସେମ୍ବର ସନ୍ଧ୍ୟାରେ ଜୀ-ସାର୍ଥକ ଫିଲ୍ମସ ର ନୂଆ ଚଳଚ୍ଚିତ୍ର “ପୋଲିସ ବାବୁ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲର ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଳଚ୍ଚିତ୍ର ରେ ଥିବା ତିନିଟି ଯାକ ଗୀତ ଶ୍ରୋତା ଙ୍କ ମନକୁ ଛୁଇଁଲା ଭଳି ହୋଇଛି l ୧୧ ଡ଼ିସେମ୍ବର ସନ୍ଧ୍ୟା 6:30 ରେ ରିଲିଜ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ୍ ବାବୁ’। ମନଛୁଆଁ ଗୀତ ସାଙ୍ଗକୁ ଜବରଦସ୍ତ ଡ୍ରାମା ଓ କମେଡିରେ ଭରପୂର ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବ ବୋଲି ‘ପୋଲିସ୍ ବାବୁ’ ଟିମ୍ ପକ୍ଷରୁ କୁହାଯାଇଛି। ଅଜୟ ରାଉତଙ୍କ ପ୍ରଯୋଜନା ଓ ଶୈଳେନ୍ଦ୍ର ପରିଡ଼ାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ଡ. ରଜନୀ ରଞ୍ଜନ। ଏଥିରେ ସୂର୍ଯ୍ୟ ମହାପାତ୍ର ଗୀତ ରଚନା କରିଛନ୍ତି ଏବଂ ଗୁଡ୍‌ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କଣ୍ଠଦାନ କରିଛନ୍ତି ଲିପ୍ସା, କୁଲଦୀପ, ଜ୍ୟୋତିର୍ମୟୀ ଓ ଶଶାଙ୍କ। ଚୁଲବୁଲି ନାୟିକା ସାୟଲ ଓ ହ୍ୟାଣ୍ଡସମ୍ ନାୟକ ଶୁଭାଶିଷ ଓରଫ ମଣ୍ଟୁ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଜୀ- ସାର୍ଥକର ଅନେକ ସଫଳ ଚଳଚ୍ଚିତ୍ର ପରି ଏହି ଚଳଚ୍ଚିତ୍ରଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି ।
ସବୁଠୁ ବଡ଼କଥା ହେଉଛି ଉଭୟ ଟେଲି ଧାରାବାହିକ ଓ ଚଳଚ୍ଚିତ୍ରରେ ଲୋକପ୍ରିୟ ହେଇଥିବା ମଣ୍ଟୁ ପ୍ରଥମ ଥର ପାଇଁ ପୋଲିସ ଭୂମିକାରେ ଦେଖିବାକୁ ମିଳିବେ ଏବଂ କମେଡି ବି କରିବେ । କିଛିଦିନ ପୂର୍ବରୁ ଜୀ ସାର୍ଥକ ଚ୍ୟାନେଲ୍ “ଏଇ ରାକ୍ଷୀ ତୋ ରକ୍ଷ୍ୟା କବଚ”,“ପାରି କରିବେ ମୋ ଭୋଳାଶଙ୍କର” ଓ “ଦିଦି ନମସ୍କାର” ଭଳି ଚଳଚ୍ଚିତ୍ର ଭେଟି ଦେଇ ଦର୍ଶକଙ୍କ ପ୍ରିୟଭାଜନ ହୋଇଛି । ଏଥର ଶୁଭାଶିଷ ଓରଫ ମଣ୍ଟୁ ଏବଂ ସାୟଲ୍ ‘ପୋଲିସ୍ ବାବୁ’ ମାଧ୍ୟମରେ ପୁଣି ଦର୍ଶକଙ୍କ ମନ ଜିଣିବେ l

loading...

Leave A Reply

Your email address will not be published.