Breaking

ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟର

0

ଭୁବନେଶ୍ବର: ଟ୍ରାନ୍ସ ଜେଣ୍ଡର ଉପରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “T” ର ମୋସନ ପୋଷ୍ଟର ଲୋକାର୍ପଣ ହୋଇଯାଇଛି l ଓଡ଼ିଆ ଚଳଚ୍ଚିତ୍ର ଦମନ ଏବଂ ପ୍ରତୀକ୍ଷା ପରେ ପରେ ଆଉ ଏକ ଭିନ୍ନ ସ୍ୱାଦର ଓଡ଼ିଆ ଚଳଚ୍ଚିତ୍ର ଏଇ ମାସ ଶେଷ ରେ ପ୍ରେକ୍ଷାଳୟ ରେ ଦର୍ଶକ ଦେଖିବାକୁ ପାଇବେ l ଚଳଚ୍ଚିତ୍ର T ର କାହାଣୀ, ଚରିତ୍ର ସବୁ କିଛି ନିଆରା l କାହାଣୀ ମଧ୍ୟ ସର୍ବ ଭାରତୀୟ ସ୍ତରରେ ସମ୍ପୂର୍ଣ୍ଣ ଅଲଗା l T ଚଳଚ୍ଚିତ୍ର ଟ୍ରାନ୍ସଜେଣ୍ଡରର କାହାଣୀ ଉପରେ ଆଧାରିତ ହେଇଥିବା ବେଳେ ଶୁଭମୁକ୍ତି କରିବା ପୂର୍ବରୁ ବିଶ୍ୱ ର ବିଭିନ୍ନ ସ୍ଥାନରୁ ଢେର ପୁରସ୍କାର ଲାଭ କରିସାରିଲାଣି l ନିର୍ଦ୍ଦେଶକ ଜିତେଶ କୁମାର ପରିଡା କୁହନ୍ତି : ଆମ ଓଡ଼ିଆ ସିନେପ୍ରେମୀ ଯେମିତି ଦମନ, ପ୍ରତୀକ୍ଷା ଦେଖିବା ପାଇଁ ପ୍ରେକ୍ଷାଳୟ ମୁହାଁ ହେଲେ ସେମିତି ପଛକୁ ପଛ T ମଧ୍ୟ ଦେଖିବେ ଏବଂ ତିନିଟି ଯାକ ଚଳଚ୍ଚିତ୍ର ର ମଜ୍ଜା ନେବେ l ତେବେ ଚଳଚ୍ଚିତ୍ର T ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଜିତେଶ କୁମାର ପରିଡା ନେଇଥିବା ବେଳେ ସହଯୋଗୀ ପ୍ରଯୋଜନା ଭାର କାନ୍ଧେଇଛନ୍ତି ଆର ଆର ମୋସନ ପିକ୍ଚର୍ସ (ୟୁକେ), ବିଘ୍ନହର୍ତ୍ତା ମୁଭିଜ ମୋହିତ କୁମାର ପୁରୀ, ହିମାଦ୍ରୀ ତନୟା ଦାସ, ଥମ୍ରିତା ମୋହନ ସଂଭୃତି, ସୋମା କିରଣ ଜେନା ଏବଂ ରାଜଶ୍ରୀ ମହାପାତ୍ର l ଦେବାଶିଷ ସାହୁ, ଉଷଶୀ ମିଶ୍ର, ହର ରଥ, ରଣବୀର କାଳସି ଏବଂ ପ୍ରସନଜିତ ମହାପାତ୍ର ପ୍ରମୁଖ
ଭୂମିକାରେ ଅଭିନୟ କରିଛନ୍ତି l
ଚଳଚ୍ଚିତ୍ର ଟି ଚଳିତ ଡ଼ିସେମ୍ବର ମାସ ଶେଷରେ ପ୍ରେକ୍ଷାଳୟ ରେ ଶୁଭ ମୁକ୍ତିଲାଭ କରିବା କଥା ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି l

loading...

Leave A Reply

Your email address will not be published.