Breaking

ବାସ୍ତବରେ କ’ଣ ପ୍ରେମ କଲେ ଓଜନ ବଢିଥାଏ,ଜାଣନ୍ତୁ କ’ଣ କହେ ଷ୍ଟ !

0

ପ୍ରେମ ଏକ ପବିତ୍ର ସଂପର୍କ,ଯାହାକୁ କେବଳ ଅନୁଭବ କରାଯାଇପାରେ । କିନ୍ତୁ କ’ଣ ଆପଣ ଜାଣନ୍ତି କି ପ୍ରେମ କଲେ ଓଜନ ବୃଦ୍ଧି ହୋଇଥାଏ । ଆଜ୍ଞା ହଁ ଏହା ଆମେ କହୁନାହୁଁ ବରଂ ଏହା ଷ୍ଟଡିରେ ଉଲ୍ଲେଖ ହୋଇଛି ।

ଅଷ୍ଟ୍ରେଲିଆର ସେଂଟ୍ରାଲ କ୍ୱିଲ୍ୟାଣ୍ଡ ୟୁନିଭର୍ସିଟିର ଏକ ଷ୍ଟଡି ଅନୁସାରେ ଯେତେବେଳେ କେହି ପ୍ରେମରେ ପଡ଼ନ୍ତି ସେମାନଙ୍କର ଓଜନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଥାଏ ।

ଗବେଷକ ଏହି ଷ୍ଟଡିରେ ୧୫ ହଜାର ଲୋକଙ୍କୁ ସାମିଲ କଲେ । ଷ୍ଟଡିରେ ସଂପୃକ୍ତ ମହିଳା ଓ ପୁରୁଷଙ୍କ ବଡି ମାସ ଇଣ୍ଡେକ୍ସର ତୁଳନା କରିବା ପରେ ଫଳାଫଳରେ ପହଂଚିଲେ । କହୁ ରଖୁଛୁଯେ ଷ୍ଟଡିରେ ସିଙ୍ଗଲ ଏବଂ କପଲ ଉଭୟଙ୍କୁ ସାମିଲ କରାଯାଇଥିଲା ।
ଷ୍ଟଡିରେ ବିଶେଷଜ୍ଞ ଜାଣିବାକୁ ପାଇଲେଯେ ପ୍ରେମ ଏବଂ ଓଜନ ବଢିବା ଉଭୟଙ୍କର ଏକ ଗମ୍ଭୀର ସଂପର୍କ ଅଛି । କାରଣ ଯେତେବେଳେ ଲୋକ ରିଲେସନସିପରେ ରହିଥାନ୍ତି ସେମାନେ ନିଜ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଆନ୍ତି । ନିଜର ଅଧିକାଂଶ ସମୟ ସେ ତାଙ୍କ ପାର୍ଟନରଙ୍କ ସହିତ ବିତାଇଥାନ୍ତି । ପରିବର୍ତ୍ତିତ ଜୀବନରେ ଏହିଭଳି ଓଜନ ବଢିବା ସ୍ୱଭାବିକ କଥା ।

ଅନ୍ୟ ଏକ କାରଣ ହେଉଛିଯେ ରିଲେସନସିପରେ ରହିବା ଦ୍ୱାରା ଲୋକ ଅଧିକ ଖୁସିରେ ରହିଥାନ୍ତି,କେବଳ ସେତିକି ନୁହେଁ ଖୁସି ମଧ୍ୟ ଡବଲ ହୋଇଯାଏ । ଯେତେବେଳେ ଆମେ ଖୁସିରେ ରହିଥାଉ ଆମ ଶରୀରରୁ ହାପି ହର୍ମୋନକ୍ସିଟୋସିନ ଏବଂ ଡୋପାମାଇନ ବାହାରିଥାଏ । ତେଣୁ ଏହା ଦ୍ୱାରା ଅଧିକ କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ଯେପରି ଚକଲେଟ ଆଦି ଖାଇବାକୁ ଇଛା ହୋଇଥାଏ ।

loading...

Leave A Reply

Your email address will not be published.