Breaking

ଝାରପଡ଼ା ଜେଲ୍‌ ଗଲେ ମହାରଥୀ

0

ଭୁବନେଶ୍ୱର : ଶେଷରେ ଝାରପଡ଼ା ଜେଲକୁ ଗଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ଜେଲରେ ରହିବେ ମହାରଥୀ। ଜେଲ ୱାର୍ଡରୁ ରହି ଚିକିତ୍ସିତ ହେବେ ମହାରଥୀ । ଆବଶ୍ୟକ ପଡିଲେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରାଖାନ୍ତ ସ୍ଥାନାନ୍ତର କରିପାରିବେ ।

ଗତକାଲି ନିର୍ବାଚନ ଫ୍ଳାଇଂ ସ୍କ୍ୱାର୍ଡରେ ଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମାରିବା ଅଭିଯୋଗରେ ଆଜି ଗିରଫ ହୋଇଥିଲେ ପ୍ରଦୀପ ମହାରଥୀ।ମହାରଥୀଙ୍କୁ ଗିରଫ ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଥିଲେ । ଏହା ପରେ ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ମାତ୍ର ସେଠାରେ ବେହୋସ୍ ହୋଇ ହୋଇ ପଡ଼ିଥିଲେ।ନିର୍ବାଚନ ସଂକ୍ରାନ୍ତ ମାମଲା ହୋଇଥିବାରୁ ମହାରଥୀଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି।

loading...

Leave A Reply

Your email address will not be published.