Breaking

ପାକିସ୍ତାନର ବିଦାୟ ନିଶ୍ଚିତ

0

ଲଣ୍ଡନ: ପାକିସ୍ତାନର ସେମିଫାଇନାଲ୍ ଆଶା ସମ୍ପୂର୍ଣ୍ଣ ଅସମ୍ଭବ। ସର୍ଫରାଜ ଅହମ୍ମଦଙ୍କ ଦଳ ବିଦାୟ ଦ୍ବାର ଦେଶରେ ଥିଲା ବେଳେ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ତାକୁ ଅସମ୍ଭବ ସମୀକରଣ ଅପେକ୍ଷା କରିଛି। ପାକିସ୍ତାନ ସଂପ୍ରତି ୮ ମ୍ୟାଚ୍‌ରୁ ୯ ପଏଣ୍ଟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଏଣୁ ନ୍ୟୁଜିଲାଣ୍ଡକୁ ନେଟ୍ ରନ୍ ରେଟ୍‌ରେ ପଛରେ ପକାଇ ସେମିଫାଇନାଲ୍ ଯିବା ଲାଗି ଏହି ଦଳ ସମ୍ମୁଖରେ ଅସାଧ୍ୟ ଲକ୍ଷ୍ୟ ରହିଛି। କହିବାକୁ ଗଲେ ପାକିସ୍ତାନର ସେମିଫାଇନାଲ୍ ଖେଳିବା ସୂତା ଖିଅରେ ଝୁଲୁଛି। ପାକିସ୍ତାନର ଏବେକାର ରନ୍ ରେଟ୍ -୦.୭୯୦ ରହିଛି। ସେଥିପାଇଁ ପ୍ରଥମେ ବ୍ୟାଟିଂ କରି ୩୫୦ ରନ୍ କରିବା ସହ ବାଂଲା‌ଦେଶକୁ ୩୧୧ , ୪୦୦ ରନ୍ କରି ବାଂଲାଦେଶକୁ ୩୧୬ କିମ୍ବା ୪୫୦ ରନ୍ କରି ବାଂଲାଦେଶକୁ ୩୨୧ ରନରେ ହରାଇ ପାରିଲେ ହିଁ ତା’ ରନ୍ ରେଟ୍ ନ୍ୟୁଜିଲାଣ୍ଡ (+୦.୧୭୫)ଠାରୁ ଅଧିକ ହେବ। ପାକିସ୍ତାନ ଟସ୍ ହାରିଲେ ଏବଂ କ୍ଷେତ୍ରରକ୍ଷଣ ପାଇଁ ଆମନ୍ତ୍ରଣ ପାଇଲେ, ସେହିଠାରେ ସବୁକିଛି ଶେଷ ହୋଇଯିବ। ପ୍ରଥମ ବଲ୍ ପୂର୍ବରୁ ହିଁ ସେମାନଙ୍କ ସେମିଫାଇନାଲ୍‌ ଆଶା ଉଭେଇଯିବ। ସେପଟେ ନ୍ୟୁଜିଲାଣ୍ଡ ୧୧ ପଏଣ୍ଟରେ ତା’ର ଲିଗ୍ ଅଭିଯାନ ଶେଷ କରିଛି। ଶେଷ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ୧୧୯ ରନ୍‌ରେ ହାରିବା ସତ୍ତ୍ବେ ‌ନେଟ୍ ରନ୍ ରେଟ (୦.୧୭୫)ରେ ସେମାନେ ପାକିସ୍ତାନଠାରୁ ଢେର ଆଗରେ ରହିଛନ୍ତି। ୧୯୯୨ ବିଜେତା ପାକିସ୍ତାନ ଲଗାତାର ତିନିଟି ମ୍ୟାଚ୍ ଜିତିବା ପରେ ଉଲ୍ଲସିତ ଥିବା ପ୍ରଶଂସକମାନେ ଏବେ ଦଳର ସ୍ଥିତି ଦେଖି ପୂରା ନିରାଶ ଅଛନ୍ତି। ଭାରତ ଆୟୋଜକ ଇଂଲଣ୍ଡଠାରୁ ହାରିବା ମଧ୍ୟ ସେମାନଙ୍କ ସେମିଫାଇନାଲ୍ ପ୍ରବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। ସେହିଭଳି ନ୍ୟୁଜିଲାଣ୍ଡ ଚେଷ୍ଟର ଲି’ ଷ୍ଟ୍ରିଟରେ ଇଂଲଣ୍ଡଠାରୁ ହାରିବା ପରେ ସବୁ କିଛି ଏକପ୍ରକାର ଶେଷ ହୋଇ ଯାଇଥିଲା। ନିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୧.୪ ଓଭରରେ ୧୦୫ ରନ୍‌ରେ ସମସ୍ତ ୱିକେଟ୍ ହରାଇବା ଏବଂ ୧୩.୪ ଓଭରରେ ହାରିଯିବାର ହିଁ ୧୯୯୨ ବିଜେତା ପାକିସ୍ତାନକୁ ଭୂତ ଭଳି‌ ଗୋଡ଼ାଇଛି।

loading...

Leave A Reply

Your email address will not be published.