Breaking

୧୦ ଲୁଗାବୁଣା ତନ୍ତ ବସାଇଲା ପରିଚୟ ଫାଉଣ୍ଡେସନ୍‌

0

ଭୁବନେଶ୍ୱର: ନୂତନ ବର୍ଷରେ ବୁଣାକାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛି ପରିଚୟ ଫାଉଣ୍ଡେସନ୍ । ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍‌ ଇଣ୍ଡିଆ(ଇସିଜିସି) ସହାୟତାରେ ମହିଳା ବୁଣାକାରଙ୍କ ପାଇଁ ୧୦ଟି ଲୁଗାବୁଣା ତନ୍ତ ବସାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଆଠଗଡରେ ଏହି ତନ୍ତ ବସାଇ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି । ଭିତ୍ତିଭୂମି ଓ ଆନୁସଂଗିକ ଉପକରଣ ଅଭାବରୁ ମହିଳା ବୁଣାକାରମାନେ ଆଗକୁ ଆସିପାରୁନାହାଁନ୍ତି। ଏହି ଅଭାବକୁ ଦୂର କରିବାକୁ ପ୍ରୋଜେକ୍ଟ ପରିଣିତୀ ଅଧିନରେ ଏହି ସହାୟତା ଆରମ୍ଭ କରାଯାଇଛି । ଆଗକୁ ମଧ୍ୟ ଅଭାବୀ ବୁଣାକାରଙ୍କ ପାଇଁ ଏଭଳି ତନ୍ତ ବସାଇବାର ବ୍ୟବସ୍ଥା କରାଯିବ ବୋଲି ଫାଉଣ୍ଡେସନ୍ ପଷରୁ କୁହାଯାଇଛି । ମାନସିକ ରୋଗ ବିଶେଷଜ୍ଞ ଡ. ଅମ୍ରିତ୍ ପାଟ୍ଟଯୋଶୀ ଓ ଇସିଜିସିର ବରିଷ୍ଠ ପରିଚାଳକ କୌଶିକ ମିତ୍ର ଉପସ୍ତିତ ରହି ଗରିବ ବୁଣାକାର ପରିବାରଙ୍କ ପାଇଁ ଫାଉଣ୍ଡେସନ୍ କରୁଥିବା ପ୍ରୟାସକୁ ପ୍ରଶଂସା କରିଥିଲେ । ମହିଳା ବୁଣାକାରଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଆମେ ନିରନ୍ତର ଉଦ୍ୟମ ଜାରି ରଖିବୁ ବୋଲି ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ କହିଛନ୍ତି।

loading...

Leave A Reply

Your email address will not be published.