Breaking

ଶୁଶ୍ରୁତ ହସ୍ପିଟାଲ୍‌ରେ ଜନତା ୱାର୍ଡ଼ ଉଦ୍‌ଘାଟିତ

0

ଶୁଶ୍ରୁତ ହସ୍ପିଟାଲ ଓ ଟ୍ରମାକେୟାର ରାଜ୍ୟର ଏକ ଅଗ୍ରଣୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଚିକିତ୍ସାଳୟ ଗରିବ ଲୋକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚିକିତ୍ସାଳୟ ପରିସରରେ ଜନତା ୱାର୍ଡ଼ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରୋଟାରୀର ଜିଲ୍ଲା ଗଭର୍ଣ୍ଣର୍ ସାନ୍ତନୁ କୁମାର ପାଣି, ଡ଼ି.ଜି.ଏନ୍ ରୋଟାରୀଆନ୍ ଜୟଶ୍ରୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ରୋଟାରିଆନ୍ ନିବେଦିତା ସ୍ୱାଇଁ (ପ୍ରେସିଡ଼େଣ୍ଟ ରୋଟାରି ଇ କ୍ଲବ୍‌), ଡ଼ଃ ଚିଦାତ୍ମିକା ଖଟୁଆ (ସେକ୍ରେଟେରୀ ରୋଟାରୀ ଇ କ୍ଲବ୍‌) ପ୍ରମୁଖ ଉପସ୍ଥିତ ଥିଲେ । ଜନତାଙ୍କ ସେବାରେ ଉତ୍ସର୍ଗୀକୃତ ଜନତା ୱାର୍ଡ଼ ସର୍ବଦା ସାଧାରଣ ଲୋକଙ୍କ ସେବାରେ ଲାଗିବା ସହ ଉତ୍ତମ ସେବା ଯୋଗାଇବା ନିମନ୍ତେ ପ୍ରତିବଦ୍ଧ ବୋଲି ଶ୍ରୀମତି ଖଟୁଆ କହିଥିଲେ । ଏହିି ଅବସରରେ ମାସିକ ସ୍ତ୍ରୀ ଋତୁ ସମନ୍ଧୀୟ ସ୍ୱାସ୍ଥ୍ୟ ବିଜ୍ଞାନ ଉପରେ ଅବଗତ କରାଯିବା ସହ ଚିକିତ୍ସାଳୟର ନର୍ସମାନଙ୍କୁ ରୋଟାରୀ ତରଫରୁ ମାସ୍କ ଓ ପୁନଃ ବ୍ୟବହାର ଯୁକ୍ତ ସାନେଟାରୀ ନାମ୍‌କିନ୍ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ୍‌ର ମୁଖ୍ୟ ନିର୍ଦ୍ଦେଶକ ଡ଼ଃ ଅକ୍ଷୟ କୁମାର ରାଉତ, ମୁଖ୍ୟ ସଂଚାଳକ ଦିପକ କୁମାର ନାୟକ, ପରିଚାଳକ ୱାଇ ଯୋଗେଶ୍ୱରୀ, ଆଡ଼୍‌ମିନ୍ ମ୍ୟାନେଜର୍ କୁମ୍‌କୁମ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.