Breaking

ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ

0

ଭୁବନେଶ୍ବର ତହସିଲ ଅନ୍ତର୍ଗତ କେନ୍ଦୁପାଟଣା ଆର ଆଇ ସର୍କଲରୁ ଜମି ବିବାଦକୁ ନେଇ ଆସିଛି ସଙ୍ଗିନୀ ଅଭିଯୋଗ । ଏହି ସର୍କଲ ଅଧିନରେ ଭିନ୍ନ ଭିନ୍ନ ସ୍ଥାନରେ ଯଥା ଗଣ୍ଡରପୁର ମୌଜା , ବଳିପଡ଼ା ମୌଜା ଓ ଢାୱା ମୌଜା ରେ ପ୍ରାୟ ୩ ଏକରରୁ ଅଧିକ ଜମି କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା ବେଳେ ଉଭୟ ଜମି ନିଜର ବୋଲି ଦାବି କରିଆସୁଛନ୍ତି । ଘଠଣା ବର୍ତ୍ତମାନ ବିଭାଗୀୟ ଅଧିକାରୀ ଙ୍କ ନିରିକ୍ଷଣରେ ଯାଞ୍ଚ ଚାଲିଥିବା ବେଳେ ବିବାଦ ବିଚାର ପାଇଁ ଉଭୟ ଅଦାଲତ ରେ ପହଁଚି ଥିବା ଜଣିବାକୁ ମିଳିଛି । ଜମି ବିବାଦକୁ ନେଇ ଚିତ ପରିଡାଙ୍କ ପକ୍ଷରୁ ଜମି ତାଙ୍କର ବୋଲି ଦାବି କରାଯାଇଥିବା ବେଳେ କିଛି ନିର୍ଦିଷ୍ଟ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ଏହାକୁ ଶିବ ରାଉତଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇ ତାଙ୍କ ପକ୍ଷରୁ ଲଛମନ ରାଉତ ଏହି ଘଟଣାକୁ ତିବ୍ର ବିରୋଧ କରିବା ସହ ସମସ୍ତ ଦଲିଲ ଦସ୍ତାବିଜ ଦେଖାଇ ଏହି ଜମି ତାଙ୍କର ବୋଲି ଦାବି କରିଛନ୍ତି ।

ଘଟଣାର ଆରମ୍ଭ କିଛି ଏହିପରି ହୋଇଥିବା ପ୍ରକାଶ କରିଛନ୍ତି ଲଛମନ ରାଉତ ସେ କହିଛନ୍ତି ୧୯୪୬ ମସିହାରେ ଜୋଗୀ ପରିଡା ତାଙ୍କ ଅଜା ଗଦେଇ ରାଉତ ଙ୍କ ଘରକୁ ପୁଅ ହୋଇକି ଯାଇଥିଲେ , ଯେହେତୁ ଗଦେଇ ଙ୍କ କେବଳ ଦୁଇ ଝିଅ ସେଥିପାଇଁ ସେ ବଡ ଝିଅର ବଡ ପୂଅ ଜୋଗୀକୁ ମାନେ ନିଜ ନାତିକୁ ପୁଅ କରିନେଇଥିଲେ । ଏବଂ ତାଙ୍କୁ ନିଜର ଉତ୍ତରାଧିକାରୀ କରିଥିଲେ । ପରେ ଅବିଭାହିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଲଛମନ ରାଉତ ପ୍ରକାଶ କରିଥିବା ବେଳେ ସମ୍ପତ୍ତି ଲୋଭରେ ତାଙ୍କ ମଝିଆଁ ଭାଇ ଚେମା ପରିଡାଙ୍କ ପୁଅ ଙ୍କୁ ଯୋଗି ପରିଡ଼ା ଔର ଅଫ ଜୋଗି ରାଉତଙ୍କ ପୁଅ ଦର୍ଶାଇ ଜମି ହଡପ କରିଥିବା ପ୍ରତି ଅଭିଯୋଗ କରିଛନ୍ତି ଲଛମନ ରାଉତ ।

ଘଟଣା ବିଷୟରେ କେନ୍ଦୁପାଟଣା ଆର ଆଇ ଙ୍କୁ ପଚାରିବାରୁ ସେ ଉଭୟ ପକ୍ଷର ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ମାଲିକାନା ସ୍ୱତକୁ ନେଇ ଉଠିଥିବା ଅଭିଯୋଗ ର ତଦନ୍ତ କରିବା ସହ ଅଧିକ ତଦନ୍ତ ପାଇଁ ଉପରସ୍ଥ କର୍ମକର୍ତ୍ତା ଙ୍କୁ ଜଣାଇଥିବା ପ୍ରକାଶ କରିଥିଲେ , ବର୍ତମାନ ଉଚ୍ଚ ସ୍ତରୀୟ ତଦନ୍ତ ଜାରି ରହିଥିବା ବେଳେ , ଚିତ ପରିଡା ଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ କୁ ଶିବ ରାଉତ ଙ୍କ ପରିବାର ଖଣ୍ଡନ କରିବା ସହ ସାମାଜୀକ ଗଣ ମାଧ୍ୟମ ଆଗରେ ଉଚ୍ଚ କତୃପକ୍ଷଙ୍କୁ ସତ୍ୟା ସତ୍ୟ ଯାଞ୍ଚ କରି ପ୍ରକୃତ ସତ୍ୟା ସତ୍ୟ ସାମ୍ନାକୁ ଆଣି ଏହି ବିବାଦ କୁ ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତି ।

loading...

Leave A Reply

Your email address will not be published.