Breaking

ଚାପରେ ପାକ୍ : ଏଫ୍-୧୬ ବ୍ୟବହାର ପଡିଲା ମହଙ୍ଗା

0

ନୂଆଦିଲ୍ଲୀ :ଚିନ୍ତାରେ ପାକିସ୍ଥାନ । ନିଜର କାର୍ଯ୍ୟକଳାପ ପାଇ ଆନ୍ତର୍ଯାତୀୟ ସମୁୁଦାୟ ଆଗରେ ଏକଘରକିଆ ହୋଇପଡିଛି। ପାକିସ୍ଥାନକୁ ମହଙ୍ଗା ପଡିଛି ଏଫ-୧୬ ଲଢୁଆ ବିମାନର ବ୍ୟବହାର । ଏହାକୁ ନେଇ ପାକିସ୍ତାନକୁ କୈଫିୟତ ମାଗିଛି ଆମେରିକା । ଭାରତର ନିୟନ୍ତ୍ରଣ ସୀମା ଉପରେ ପାକିସ୍ତାନ ଏଫ୍-୧୬କୁ ମିଶାଇଲ ମାଡ କରି ଖସାଇ ଦେଇଛି ଭାରତ। ଏହାକୁ ପାକ୍ ସରକାର ଖଣ୍ଡନ କରିଆସୁଥିଲେ ମଧ୍ୟ ଧ୍ବସାବଶେଷରୁ ପ୍ରମାଣିତ ହେବା ସହ ପାକ୍ ମିଛ ପଦାରେ ପଡିଛି । ତେବେ ଆମେରିକା ଏଫ-୧୬ ବିମାନକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଂଲଘନ ହୋଇଥିବା ଦର୍ଶାଇ ପାକିସ୍ତାନକୁ ଜବାବ ମାଗିବା ସହ ଯୁଦ୍ଦ ବିମାନକୁ ଅକାମି କରିଦେବାର ଚେତାବନି ଦେଇଛି। ସମଗ୍ର ବିଶ୍ୱରେ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରୁଥିବା ଆମେରିକା ସେଗୁଡିକର ଅପବ୍ୟବହାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ୧୯୮୦ ଦଶକରେ ଆମେରିକାଠାରୁ ଏଫ୍-୧୬ ଯୁଦ୍ଧ ବିମାନ କିଣିଥିଲା ପାକିସ୍ଥାନ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଫ୍-୧୬ବିମାନକୁ ଆତଙ୍କବାଦ ବିରୋଧୀରେ ଲଢେଇ କରିବା ପାଇଁ ପାକିସ୍ତାନକୁ ଦେଇଥିଲା ଆମେରିକା । ଆମେରିକୀୟ ନିୟମ ଅନୁସାରେ କୌଣସି ଦେଶ ଉପରେ ଆକ୍ରମଣ କରିବା ପାଇଁ ଏଫ୍-୧୬କୁ ବ୍ୟବହାର କରିପାରିବ ନାହିଁ ପାକ୍ ।କିନ୍ତୁ ବର୍ତ୍ତମାନ ଭାରତ ଉପରେ ଆକ୍ରମଣ ପାଇ ଏହି ଯୁବ୍ଦ ବିମାନକୁ ବ୍ୟବହାର କରିଛି ପାକିସ୍ଥାନ ଯେଉଥିପାଇ ପାକିସ୍ଥାନ ଉପରେ ବର୍ଷିଛି ଆମେରିକା।

loading...

Leave A Reply

Your email address will not be published.