Breaking

ପାକ୍ କରୁଛି ଚାଲ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଜାଲ୍ ନୋଟ ଚାଲ୍ ଖେଳୁଛି ପାକିସ୍ତାନ । ଅସୁରକ୍ଷିତ ହେବାରେ ଲାଗିଛି ୨୦୦୦ ଟଙ୍କିଆ ଭାରତୀୟ ନୋଟ୍ । କରାଚିରେ କାରସାଦି କରି ପାକିସ୍ତାନ ଛାପୁଛି ଏହି ଭାରତୀୟ ନୋଟ୍ । ଆଉ ଏହାକୁ ଭାରତୀୟ ବଜାରକୁ ମଧ୍ୟ ଛାଡ଼ି ଦେଶକୁ ଦେବାଳିଆ କରିବାକୁ ସାଂଘାତିକ ଷଡ଼ଯନ୍ତ୍ର କରିଛି ପାକ୍ । ଏକଥା ଆମେ କହୁନାହୁଁ ବରଂ ଏହାର ଖୁଲାସା କରିଛି ଭାରତୀର ଏକ ଗୁପ୍ତ ଏଜେନ୍ସି । ଯେଉଁଥିରେ ସତର୍କ କରାଯାଇଛି କି ପାକିସ୍ତାନ ଏବେ ଭାରତୀୟ ବଜାରକୁ ନକଲି ୨୦୦୦ ନୋଟ୍ ଛାଡିଛି । ଆଉ ଏଥିରେ ଆଇଏସଆଇର ବଡ଼ ହାତ ରହିଥିବା ସୂତ୍ରରୁ ଜଣାପଡ଼ିଛି ।ସୂଚନା ମୁତାବକ, ଭାରତର ଏହି ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ୨୦୦୦ ଟଙ୍କିଆ ନୋଟକୁ ପାକିସ୍ତାନର ସହାୟତାରେ କପି କରୁଛି ଆଇଏସଆଇ । ନକଲି ନୋଟରେ ହାଇଟେକ୍ ଅପ୍ଟିକାଲ୍ ଭାରିଏବଲ କାଳିର ବ୍ୟବହାର କରି ଜାଲିଆତି କରୁଛି ପାକ୍ । ଏପରିକି କରାଚିର ମାଲିର୍ ହଲ୍ଟସ୍ଥିତ ଏକ ସରକାରୀ ପ୍ରେସରେ ଏହି ୨୦୦୦ ଟଙ୍କିଆ ଜାଲ୍ ନୋଟ୍ ଛପା ହେଉଥିବା ଖବର ମିଳିଛି । ଏଭଳି କୁଢ଼ କୁଢ଼ ୨ ହଜାର ଟଙ୍କିଆ ନୋଟକୁ ଜବତ କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ।

loading...

Leave A Reply

Your email address will not be published.