ଭୁବନେଶ୍ୱର: ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦେବୁ ବୋଷ । ଗତ କିଛି ମାସ ହେବ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଦେବୁ ବୋଷଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।୧୯୪୨ ମସିହା ଡିସେମ୍ବର ୨ ରେ ଜନ୍ମ ଗ୍ରହଣ କରିଥିବା ଅଭିନେତା ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ଦେବୁ ବୋଷ ନିଜ ଜୀବନ କାଳରେ ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ନିଆରା ପରିଚୟ ସୃଷ୍ଟି କରିଥିଲେ।ଓଡ଼ିିଆ ଚଳଚିତ୍ର ବ୍ୟତୀତ ବହୁ ଭଜନ ଆଲବମ୍ରେ ମଧ୍ୟ ଶ୍ରୀ ବୋଷଙ୍କ ଅଭିନୟ ସବୁଦିନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିବ।
Breaking
From Cities to Heartlands: Samsung Solve for Tomorrow Sparks Innovation in Bihar and JharkhandUtkal Builders Celebrates 35 Glorious Years with the Utkal Grand Property Sale CarnivalMeet the Next Chapter of Ultra22 successful Odisha women honored by Rotary District 3262.ମେଘାଳୟରେ ବୁଦ୍ଧିମାନ ସିଷ୍ଟମ୍ ଏବଂ ମେସିନ୍ ଶିକ୍ଷଣ ଉପରେ ୫ମ ଅନ୍ତର୍ଜାତୀୟ ସମ୍ମିଳନୀ