Breaking

ଆଜିଠାରୁ ମାଟ୍ରିକ୍‌ ପରୀକ୍ଷା ,୨୯୫୩ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୮୭ ହଜାର ପରୀକ୍ଷାର୍ଥୀ

0

ଭୁବନେଶ୍ବର :ଆଜିଠୁ ମାଟ୍ରିକ ପରୀକ୍ଷା । ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେବେ।୩୦୪ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି।ଏହି ପରୀକ୍ଷାର୍ଥୀଙ୍କ ମଧୢରୁ ମାଟ୍ରିକ୍ ରେଗୁଲାର‌୍‌ରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାର ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସରେଗୁଲାରରେ ୨୧୧ଜଣ ନାମ ପଞ୍ଜୀକରଣ କରିଛନ୍ତି। ମଧୢମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି।

ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବାରୁ ଚଳିତବର୍ଷ ଏହାକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ। ୫ ସ୍ତରୀୟ ତଦାରଖ ବ୍ୟବସ୍ଥା ହୋଇଛି। ୫୮ଟି ଫ୍ଲାଇଂ ସ୍କ୍ଵାଡ୍‌, ସେଣ୍ଟାଲ ଅଫିସ, ଜୋନାଲ ଅଫିସ ଓ ଜିଲ୍ଲା ସ୍ତରରେ ସ୍କ୍ଵାଡ୍‌ ସହ ଗଣ ଶିକ୍ଷା ବିଭାଗ ତରଫରୁ ପ୍ରତି ଜିଲ୍ଲାରେ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ରହିବେ। ଜାରି ହୋଇଛି ୧୭ ପଏଣ୍ଟ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ। ସେଣ୍ଟର ମଧ୍ୟକୁ କୌଣସି କର୍ମଚାରୀ ସେଲ ଫୋନ ନେଇ ପାରିବେ ନାହିଁ।

loading...

Leave A Reply

Your email address will not be published.