Breaking

ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କ ପରଲୋକ

0

ଭୁବନେଶ୍ୱର: ମର୍ଦ୍ଦଳଗୁରୁ ବନମାଳୀ ମହାରଣାଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ନିମୋନିଆରେ ପୀଡିତ ହୋଇ ମର୍ଦ୍ଦଳଗୁରୁ ବନମାଳୀ ଚିକିତ୍ସାଧୀନ ଥିଲେ।ଗୁରୁ ଶ୍ରୀ ମହାରଣାଙ୍କ ଜନ୍ମ ପୁରୀ ଜିଲ୍ଲାର ଶିଳ୍ପୀ ଗାଁ ରଘୁରାଜପୁରରେ। ସେ ଜଣେ ଥିଏଟର କଳାକାର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଗୁରୁ କେଳୁ ଚରଣ ମାହାପତ୍ରଙ୍କ ସହ ସେ ଦୀର୍ଘ ବର୍ଷ ଏକାଠି କାମ କରିଥିଲେ।ଓଡ଼ିଶୀ ମର୍ଦ୍ଦଳ ବାଦନ କ୍ଷେତ୍ରରେ କର୍ଣ୍ଣଧାର ବିବେଚିତ ହେଉଥିବା ସ୍ୱର୍ଗତଃ ମହାରଣା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଦ୍ୱାରା ପ୍ରଦତ୍ତ ସର୍ବୋଚ୍ଚ ପୁରସ୍କାର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ୨୦୧୬ ମସିହାରେ ଲାଭ କରିଥିଲେ। ଏଥିପୂର୍ବରୁ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମର୍ଦ୍ଦଳ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ।

loading...

Leave A Reply

Your email address will not be published.