Breaking

ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଜଧାନୀ

0

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ରାଜଧାନୀର ରାସ୍ତା କଡରେ ହେଉଥିବା ୱାଲ ପେଣ୍ଟିଂକୁ ଜୀବନ୍ତ ରୂପ ଦେବାକୁ ଏବେ ରାଜଧାନୀରେ ଡେରା ପକାଇଛନ୍ତି ଥ୍ରୀ ଡି ପେଣ୍ଟିଂର ଚାରି ବିଶ୍ୱସ୍ତରୀୟ କଳାକାର । ଯେଉଁମାନେ ଭୁବନେଶ୍ୱରକୁ ଥ୍ରୀ ଡି ପେଣ୍ଟିଂ ଜରିଆରେ ନୂଆ ରୂପ ଦେବାରେ ଲାଗି ପଡିଛନ୍ତି । ରାତି ହେବା କ୍ଷଣି ଭୁବନେଶ୍ୱରର ପ୍ରମୁଖ ଛକ ଗୁଡିକ ଯେପରିକି ଆଚାର୍ଯ୍ୟ ବିହାର, ବାଣୀବିହାର, ଜୟଦେବ ବିହାର ଓଭରବ୍ରିଜ ପାଖରେ ଏମାନେ ଚିତ୍ର ମାଧ୍ୟମରେ ନିଜର କଳା ଚାତୁରୀ ଦେଖାଉଛନ୍ତି ।ସେପଟେ ବିଦେଶୀଙ୍କ ସହ କାମ କରି ଅନେକ କିଛି ଶିଖୁଥିବା କହିଛନ୍ତି ସ୍ଥାନୀୟ ଛିତ୍ରକର ଓ ଛାତ୍ରଛାତ୍ରୀ।


ହକି ବିଶ୍ୱକପରେ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଏଭଳି ପ୍ରୟାସ ଆରମ୍ଭ କରିଛି ବିଏମସି । ଆମେରିକାର ତ୍ରାସି ଲି ଷ୍ଟମଙ୍କ ଭଳି ଅର୍ନ୍ତଜାତୀୟ ଥ୍ରୀ ଡି ପେଣ୍ଟିଂ କଳାକାର ରାଜଧାନୀର କାନ୍ଥବାଡକୁ ରଙ୍ଗୀନ କରିବାକୁ ହାତରେ ଉଠାଇଛନ୍ତି ତୂଳୀ । ଥ୍ରୀ ଡି ପେଣ୍ଟିଂ ଜୀବନ୍ତ ହୋଇ ଉଠିଥିବା ବେଳେ ତାଙ୍କ ସହ ଆସିଥିବା ଅନ୍ୟ ଚିତ୍ରକର ମଧ୍ୟ ସହରର ଅନ୍ୟ ପ୍ରମୁଖ ଛକରେ ମଧ୍ୟ ଆର୍କଷଣୀୟ ଥ୍ରୀ ଡି ପେଣ୍ଟିଂ କରି ବେଶ ପ୍ରଂଶସା ସାଉଁଟୁଛନ୍ତି ।

loading...

Leave A Reply

Your email address will not be published.