Breaking

ଭୁବନେଶ୍ୱରରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ

0

ଭୁବନେଶ୍ୱର: ସ୍ମାର୍ଟ ସିଟିରେ ହେବ ସ୍ଥାୟୀ ମୁକ୍ତାକାଶ ସ୍କଲ୍‌ପଚର୍‌ ପାର୍କ। ଭୁବନେଶ୍ୱର ଡେଭଲ୍‌ପମେଣ୍ଟ୍‌ ଅଥରିଟି ଓ ଆନପିକ୍‌ ବା ଆଟିଷ୍ଟ ନେଟ୍‌ଓ୍ୱାର୍କ ପ୍ରମୋଟିଂ ଇଣ୍ଡିଆନ୍‌ କଲ୍‌ଚର୍‌ର ମିଳିତ ସହଯୋଗରେ କଳିଙ୍ଗନଗରଠାରେ ଏହି ପାର୍କ ନିର୍ମାଣ କରାଯାଉଛି।ଆସନ୍ତା ନଭେମ୍ବର ୨୦ ତାରିଖରେ ଏହି ପାର୍କ ସର୍ବସାଧରଣଙ୍କ ପାଇଁ ଖୋଲିବାକୁ ଯାଉଛି। ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଘଟିକିଆ ଠାରେ ରହିଛି ଏହି ପାର୍କ। ଆମେ ଫିଙ୍ଗି ଦେଉଥିବା ବିଭିନ୍ନ ସାମଗ୍ରୀକୁ ବ୍ୟବହାର କରି ଏଠାରେ ତିଆରି କରାଯାଇଛି ମୂର୍ତ୍ତି ସବୁ।

ଏହି ସବୁ ସ୍କଲପଚର ତିଆରି କରିବା ପାଇଁ ଭିନ୍ନ ଭିନ୍ନ ୧୫ଟି ଦେଶରୁ ନାମୀଦାମୀ ଶିଳ୍ପୀ ଆସିଛନ୍ତି। ତା ସହିତ ଭାରତର ବିଭିନ୍ନ ରାଜ୍ୟର ଶିଳ୍ପୀ ମଧ୍ୟ ରହିଛନ୍ତି ଯିଏକି ବିଦେଶରେ ନିଜର ଶିଳ୍ପକଳା ପାଇଁ ନାଁ କରିଛନ୍ତି। ସେମାନେ ନିଜ ନିଜ କଳ୍ପନାକୁ ରୂପ ଦେଉଛନ୍ତି ଏହି ସ୍କଲପର ପାର୍କରେ । ରିଡିୟୁସ୍, ରିୟୁଜ୍ ଏବଂ ରିସାଇକଲ୍ ଏବଂ ଏଭଳି ଥିମ୍‌କୁ ନେଇ ଏହି ଏହି ସଂଗ୍ରହାଳୟ ବା ପାର୍କ ନିର୍ମାଣ କରାଉଛି।ହେଲେ ଏହି ପାର୍କରେ ଘାସ ଗାଲିଚା କି ଅନ୍ୟ ପାର୍କ ଭଳି ସୁବିଧା ନାହିଁ। କିନ୍ତୁ ଏଠାରେ ଆପଣଙ୍କୁ ବର୍ଯ୍ୟବସ୍ତୁ ଆଧାରିତ ମୁକ୍ତାକାଶ ସାର୍ବଜନୀନ ମୁର୍ତ୍ତିକଳାର ରୂପରେଖ ଦେଖିବାକୁ ମିଳିବ।

loading...

Leave A Reply

Your email address will not be published.