Breaking

ଜାନୁୟାରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର୍‌ ତାଲିକା : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

0

ଭୁବନେଶ୍ବର : ଜାନୁଆରୀ ୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଚାଲିଛି। ସଂଶୋଧନର ଅବଧି ସମୟ ବଢ଼ାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଲିକା ସଂଶୋଧନ ପାଇଁ ୪ଲକ୍ଷ ୫୯ହଜାର ୪୨ଟି ଫର୍ମ ହସ୍ତଗତ ହୋଇଛି। ୨୩ଲକ୍ଷରୁ ଅଧିକ ଆବେଦନ ଫର୍ମ ହସ୍ତଗତ ହୋଇଛି। ଏହା ସହିତ ଆଗାମୀ ନିର୍ବାଚନରେ ରାଜ୍ୟର ସମସ୍ତ ବୁଥରେ ପ୍ରଥମ ଥର ପାଇଁ ଭିଭିପାଟ୍‌ର ବ୍ୟବହାର କରାଯିବ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ଭିଭିପାଟ୍‌ ଓ ଇଭିଏମ୍‌ ମେସିନ୍‌ ମହଜୁତ ରହିଥିବା କହିଛନ୍ତି । ଚଳିତ ଥର ୪ ଟି ଫର୍ମରେ ୨୩ ଲକ୍ଷରୁ ଅଧିକ ଫର୍ମ ହସ୍ତଗତ ହୋଇଛି । ଭୋଟର୍‌ ତାଲିକାରେ ନାମ ଦାଖଲ ପାଇଁ ଫର୍ମ ନଂ-୬ରେ ୧୨, ୦୮, ୩୯୬ ଟି ଫର୍ମ ଆବେଦନ ହୋଇଛି । ସେହିପରି ନାମ ବାଦ କରିବାକୁ ଫର୍ମ ନଂ-୭ରେ ୬, ୪୭, ୪୮୬ ଫର୍ମ ଦାଖଲ ହୋଇଛି । ତ୍ରୁଟି ସଂଶୋଧନ ପାଇଁ ଫର୍ମ ନଂ-୮ରେ ୪,୫୯,୪୨୦ ଫର୍ମ ହସ୍ତଗତ ହୋଇଛି । ସେହିପରି ଟ୍ରାନ୍ସପୋଜିସନ ପାଇଁ ଫର୍ମ ନଂ-୮(ଏ)ରେ ୫୨,୨୯୩ଟି ଫର୍ମ ହସ୍ତଗତ ହୋଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୯୫ ଭାଗ ଫର୍ମ କାମ ଶେଷ ହୋଇଛି । ବାକି ରହିଥିବା କାମ ଦୁଇରୁ ତିନିଦିନ ମଧ୍ୟରେ ଶେଷ କରାଯିବ ।

loading...

Leave A Reply

Your email address will not be published.