Breaking

ଆସନ୍ତାକାଲି ଠାରୁ ନନ୍ଦନକାନନ, ଶିମିଳିପାଳରେ ପକ୍ଷୀ ଗଣନା

0

ଭୁବନେଶ୍ୱର:ଆସନ୍ତାକାଲି ଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ । ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୩ ତାରିଖରେ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ ଡିଭିଜନରେ ପକ୍ଷୀ ଗଣନା ହେବ । ୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା ହେବ । ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରୋଟେକସନ୍ କ୍ୟାମ୍ପ୍ କରାଯିବ । ସେହିପରି ୬ରୁ ୧୪ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ଓ ୧୯ରେ ଡଲଫିନ୍ ଗଣନା କରାଯିବ ବୋଲି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

loading...

Leave A Reply

Your email address will not be published.