Breaking

ସେଲଫି ବେବୋ’ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ଙ୍କୁ ହତ୍ୟା

0

ସମ୍ବଲପୁର: ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମରନ୍‌ ସିଂଙ୍କ ମୃତଦେହ ଗୁରୁବାର ସକାଳେ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି। ତାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତଚିହ୍ନ ରହିଛି। ତେବେ କେହି ତାଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗି ଦେଇଥିବା ତାଙ୍କ ମା’ ଥାନାରେ ଅଭିଯୋଗ କରିଛନ୍ତି। ସେ ଗତ ବର୍ଷ ଅପ୍ରେଲ୍‌ ମାସରେ ବଲାଙ୍ଗୀରର ଜଣେ ଯୁବକଙ୍କୁ ବିବାହ କରିଥିଲେ । ସିମରନ୍‌ଙ୍କ ଶାଶୁ ଘର ଲୋକଙ୍କରେ ଏଥିରେ ସଂପୃକ୍ତିଥିବା ତାଙ୍କ ବାପଘର ଲୋକ ଅଭିଯୋଗ କରିଛନ୍ତି । ବୁର୍ଲା ପୋଲିସ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ସହିତ ପୋଲିସ ତନାଘନ ଆରମ୍ଭ କରିଛି ।ସିମରନ୍‌ ବିଭିନ୍ନ ସମ୍ବଲପୁରୀ ଆଲବମ୍‌ରେ ଅଭିନୟ କରିଛନ୍ତି । ସେଲଫି ବେବୋ ଗୀତରେ ଅଭିନୟ ତାଙ୍କୁ ଅଧିକ ପରିଚିତ କରାଇଥିଲା ।

loading...

Leave A Reply

Your email address will not be published.