Breaking

ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରା ୧୧ ଦିନରେ ପହଞ୍ଚିଲା

0

ଭୁବନେଶ୍ବର: ଓଲିଉଡ଼ ପ୍ରଯୋଜକଙ୍କ ନୀରବ ପଦଯାତ୍ରା ଆଜି ୧୧ ଦିନରେ ପହଞ୍ଚିଥିବା ବେଳେ ଆଜି ସିନେ କଳାକାରଙ୍କ ବ୍ୟତୀତ ସିନେପ୍ରେମୀ ଦର୍ଶକଙ୍କର ସହଯୋଗ ମଧ୍ୟ ବଢିବାରେ ଲାଗିଛି l ଏହାର ଏକମାତ୍ର କାରଣ କିଛି ପ୍ରଯୋଜକ ଅଣଓଡ଼ିଆ ସିନେମାକୁ କପି କରି ସିନେମା ନିର୍ମାଣ କରି ଓଲିଉଡ଼ ର ଅସ୍ଥିତ୍ୱ ନଷ୍ଟ କରୁଛନ୍ତି l ଓଡ଼ିଆ ଘର ର ସତ୍ୟ ଓ ମୌଳିକ କାହାଣୀକୁ ବାଦ୍ ଦେଇ ଏକ କପିପେଷ୍ଟ ସିନେମା କରି ବାଃ ବାଃ ନେବାକୁ ଅନେକ ଚେଷ୍ଟା କରୁଥିଲେ ଯାହା ଫଳରେ ଦର୍ଶକ ପ୍ରେକ୍ଷାଳୟ ବିମୁଖ ହେଉଛନ୍ତି l ଆମ ଦୈନନ୍ଦିନ ଜୀବନ ରେ ଘଟୁଥିବା ସତ୍ୟ ଓ ମୌଳିକ ଘଟଣାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ନୀରବ ପଦଯାତ୍ରା ରେ ସାମିଲ ହୋଇ ପୁରୁଣା ଦିନକୁ ଫେରେଇ ଆଣିବାର ପସହଯୋଗ କରୁଛନ୍ତି l ଆଜିର ପଦଯାତ୍ରା ରେ ପ୍ରଯୋଜକ ଶ୍ରୀଧର ମାର୍ଥା, ସଚ୍ଚିକାନ୍ତ ଜେନା, ସଞ୍ଜୟ ପାତ୍ର, ନିର୍ଦ୍ଦେଶକ ବିନି ପଟ୍ଟନାୟକ, ବାବୁ ବାବୁ,ସାମ୍ବାଦିକ ଗୁରୁପଦ ନାଥ, ସୁପ୍ରଭା ପଟ୍ଟନାୟକ, ଗୁରୁ ଗୋବିନ୍ଦ ଚାନ୍ଦ, ଗୀତିକାର ତଥା ସଂଳାପକାର ନିର୍ମଳ ନାୟକ, ଓଲିଉଡ୍ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ l ଆଗାମୀ ଦିନରେ ମାତ୍ରାଧିକ ସିନେପ୍ରେମୀ ଓଡ଼ିଆ ସିନେ ଶିଳ୍ପ ବଞ୍ଚାଅ ଅଭିଯାନ ନୀରବ ପଦଯାତ୍ରାରେ ଯୋଗ ଦେଇ ସାଫଲ୍ୟ କରିବେ ବୋଲି ଶ୍ରୀ ଜେଠୀ ସୂଚନା ଦେଇଥିଲେ l

loading...

Leave A Reply

Your email address will not be published.