Breaking

ନୂଆ ଶୈଳୀ ରେ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ର ପ୍ରଚାର

0

ଭୁବନେଶ୍ବର: ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର l ଅଭିନେତା ବାବୁଶାନ୍ ତାଙ୍କ ପ୍ରଶଂସକଙ୍କୁ ଭେଟି ଦେବାକୁ ଯାଉଛନ୍ତି ଚଳଚ୍ଚିତ୍ର ‘ଦମନ’ l କରୋନା କାରଣରୁ ଦୁଇବର୍ଷ ହେଲା ବଡ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସି ନ ଥିଲା l ପରିସ୍ଥିତି ସୁଧୁରିବା ପରେ ଓଡ଼ିଆ ସିନେମା ଶିଳ୍ପ ଚଳଚଞ୍ଚଳ ହୋଇଉଠିଛି l ଏବେ ମୁକ୍ତିଲାଭ ପାଇଁ ସଜବାଜ ହେଇସାରିଛି ଚଳଚ୍ଚିତ୍ର ‘ଦମନ’ l ତେବେ ନୂଆ ଶୈଳୀରେ ଚଳଚ୍ଚିତ୍ର “ଦମନ” ର ପ୍ରଚାର ଆଜିଠାରୁ ଆରମ୍ଭ ହୋଇଛି l ରାଜମହଲ ଛକ, କଳ୍ପନା ଛକ, ନୟାପଲ୍ଲୀ, ମାଷ୍ଟର କ୍ୟାଣ୍ଟିନ ଛକ, ଶହୀଦ ନଗର ଭଳି ପ୍ରମୁଖ ସ୍ଥାନ ମାନଙ୍କରୁ ‘ଦମନ’ ର ପ୍ରଚାର ଆରମ୍ଭ ହୋଇଛି l ଫିଲ୍ମରେ ବାବୁଶାନ୍‌ଙ୍କ ସହ ଅଛନ୍ତି ଦୀପନ୍ବିତ ଦାଶମହାପାତ୍ର l ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ l ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି ଏହି ଚଳଚ୍ଚିତ୍ରରେ l ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ l ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ଦେଖିବାକୁ ମିଳିବ ଚଳଚ୍ଚିତ୍ରରେ l ବଡ଼ ବଜେଟ୍‌ର ଏହି ଫିଲ୍ମରେ ବାବୁଶାନ୍‌ଙ୍କ ଅଲଗା ଅବତାର ଦେଖିବାକୁ ମିଳିବ l ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା l ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ l ଜେପି ୱାର୍ଲଡ୍‌ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍ ମେମ୍ବର l ବାସ୍ତବ କାହାଣୀ ଓ ପରିଚିତ ଷ୍ଟାରଙ୍କୁ ନେଇ ନିର୍ମିତ ‘ଦମନ’ ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ l ଶ୍ରୀ ଜେଠୀ କହିଛନ୍ତି, ଏ ଚିତ୍ରଟି ଟିଭିରେ ନୁହେଁ, ଦୀର୍ଘଦିନ ଧରି କେବଳ ପ୍ରେକ୍ଷାଳୟରେ ପ୍ରଦର୍ଶିିତ ହେବ l ଆମ ଦୈନନ୍ଦିନ ଜୀବନରେ ଘଟୁଥିବା କାହାଣୀକୁ ନେଇ ନିର୍ମାଣ ହୋଇଥିବା ‘ଦମନ’ ଚଳଚ୍ଚିତ୍ର ଖୁବ ସଫଳତା ଆଣିବା l ଏଥିସହିତ ଏଇ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଦର୍ଶକ ଆଗକୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆଗ୍ରହୀ ହେବେ ବୋଲି ସମ୍ପୂର୍ଣ୍ଣ ଭରସା ଦେଇଛନ୍ତି l

loading...

Leave A Reply

Your email address will not be published.